କଣ ମାୟା ଆଗରେ ହାର ମାନିଯିବ ମମତା !!!

ଭୁବନେଶ୍ଵର: ଦୁଇଟି ମାଆର କାହାଣୀ। ଜଣେ ଯଶୋଦା ଭଳି ପାଳିଛି ତ ଆଉ ଜଣେ ମାଆ ଦେବକୀ ଭଳି ଜନ୍ମ ଦେଇଛି । ସେଇ ଦୁଇ ମାଆଙ୍କ ଭିତରେ କାହା କଥାକୁ ଶୁଣିବ ଆଦର୍ଶ? ଦୁଇ ମାଆଙ୍କ ଭିତରେ ସୃଷ୍ଟି ହୋଇଥିବା ଲକ୍ଷ୍ମଣରେଖାକୁ କଣ ଲିଭେଇପାରିବ ପୁଅ ଆଦର୍ଶ ?

ଦୁଇ ମାଆଙ୍କ ପୁଅ ପ୍ରତି ଥିବା ଭଲପାଇବା ଓ କର୍ତ୍ତବ୍ୟକୁ ନେଇ କିଛି ନୂଆ ଓ ଭିନ୍ନ କାହାଣୀର ପରିକଳ୍ପନାକୁ ନେଇ ସିଦ୍ଧାର୍ଥ ଟିଭି ଆଣିବାକୁ ଯାଉଛି ନୂଆ ମେଗା ଧାରାବାହିକ ” ମାୟା ଓ ମମତା ” ।ଯାହାର ମୁଖ୍ୟ ଭୂମିକାରେ ନଜର ଆସିବେ ସୁଇଟି ପଟ୍ଟନାୟକ , ଅଭିଷେକ ସାମଲ , ଶୁଭସ୍ମିତା ରାଉତ ଓ ରଞ୍ଜିତା ପାଣିଗ୍ରାହି ।ଫେବୃୟାରୀ ୧୨ତାରିଖ ସନ୍ଧ୍ୟା ୭ଟାରେ ଏହି ନୂଆ ଧାରାବାହିକ ପ୍ରସାରିତ ହେବାକୁ ଯାଉଛି । ସିଦ୍ଧାର୍ଥ ଟିଭିର ଏହି ଧାରାବାହିକରେ ଦର୍ଶକ ଦେଖିବାକୁ ପାଇବେ ଭରପୁର ଡ୍ରାମା , ଇମୋସନ୍ ଓ ନୂଆ କାହାଣୀ । ସମସ୍ତଙ୍କଠୁ କିଛି ଭିନ୍ନ ଦର୍ଶକଙ୍କୁ ଯୋଗେଇ ଦେବାର ସିଦ୍ଧାର୍ଥ ଟିଭିର ଏହି ପ୍ରୟାସ ନିହାତି ଲୋକଙ୍କ ମନକୁ ଛୁଇଁ ପାରିବ ବୋଲି ଦାବି କରିଛନ୍ତି ସିଦ୍ଧାର୍ଥ ଟିଭିର ହେଡ଼ ସିଦ୍ଧାର୍ଥ ଅଗ୍ରୱାଲ ।

0
0

Leave a Reply

Your email address will not be published. Required fields are marked *