ଲାଲା ବିରେନ ରାୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଥିଏଟର ନାଟକ “ଆହେ ନୀଳଶଇଳ”କୁ ଓଡ଼ିଆ ଥିଏଟର ତଥା ମଞ୍ଚ ନାଟକର ପୁନଃସ୍ଥାପକ ଭାବରେ ଗଣନା କରାଯାଉଛି । ଲୋରେନ୍ସ ବେହେରା, ସୋଫିଆ ଆଲାମ୍, ପ୍ରକାଶ ଜେନା, ଶ୍ରଦ୍ଧା ପାଣିଗ୍ରାହୀ, ମନୀଷା ରଥଙ୍କ ଭଳି କଳାକାରମାନେ ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।