ସରିଗଲା ୧୦ବର୍ଷର ସଂପର୍କ, ଶେଷରେ ଅଲଗା ହେଲେ ବର୍ଷା – ଅନୁଭବ

ଭୁବନେଶ୍ଵର: ତୁଟିଗଲା ୧୦ବର୍ଷର ସଂପର୍କ। ଦୀର୍ଘଦିନ ଧରି ଚାଲିଆସୁଥିବା ବର୍ଷା ଅନୁଭବ ବିବାଦରେ ଲାଗିଲା ପୂର୍ଣ୍ଣଚ୍ଛେଦ । ଦୀର୍ଘ ୪ବର୍ଷର ଲଢେଇ ପରେ ଶେଷରେ ଛାଡପତ୍ର ହୋଇଥିବା ଜଣାଇଛନ୍ତି ଅନୁଭବ । ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନିଜ ଛାଡ଼ପତ୍ର ସଂପର୍କରେ ସୂଚନା ଦେଇଛନ୍ତି ଅନୁଭବ । ବିବାହ ବାର୍ଷିକୀର ୧୦ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ଅନୁଭବ ନିଜ ଛାଡ଼ପତ୍ର ହୋଇଥିବା ସୂଚନା ଦେଇଛନ୍ତି । ଅନୁଭବ ନିଜ ପୋଷ୍ଟରେ କୋର୍ଟର ଜଜମେଣ୍ଟ ପେପର୍ ସହିତ କ୍ୟାପସନରେ ନିଜ ମନ କଥାକୁ ଲେଖି ଜଣାଇଛନ୍ତି । ବର୍ଷାଙ୍କ ସହ ତାଙ୍କ ୧୦ବର୍ଷର ସମ୍ପର୍କକୁ ମିଛ ବୋଲି ସେ କହିଛନ୍ତି ।

ଏତିକି ନୁହେଁ ବର୍ଷାଙ୍କ ସହ ତାଙ୍କ ବିବାହ ବନ୍ଧନକୁ ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ ଓ ଯନ୍ତ୍ରଣାଦାୟକ ବୋଲି ମଧ୍ୟ ସେ ଲେଖିଛନ୍ତି । ଯେଉଁମାନେ ତାଙ୍କର ଓ ତାଙ୍କ ପରିବାରର ଶାନ୍ତି ପ୍ରାର୍ଥନା କରୁଥିଲେ ସେମାନଙ୍କୁ ଧନ୍ୟବାଦ୍ ଜଣାଇବା ସହିତ କ୍ୟାପସନ ଶେଷରେ ବର୍ଷାଙ୍କ ଖୁସି ପାଇଁ ମଙ୍ଗଳ କାମନା କରିଛନ୍ତି । ୮ ଫେବୃଆରୀ ୨୦୧୪ରେ ବର୍ଷାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ ଏବଂ ବିବାହର ଠିକ୍ ୧୦ବର୍ଷ ପୂର୍ତ୍ତି ଦିନ ୮ ଫେବୃଆରୀ ୨୦୨୪ରେ ଅନୁଭବଙ୍କୁ ବର୍ଷାଙ୍କ ଠାରୁ ଛାଡପତ୍ର ମିଳିଛି ।

ଗତ ସେପ୍ଟେମ୍ବର ମାସରେ ଫ୍ୟାମିଲି କୋର୍ଟ ଅନୁଭବଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ନିରାଶ ହୋଇ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ ଅନୁଭବ ।ଶେଷରେ ଦୀର୍ଘ ୪ବର୍ଷ ସଂଘର୍ଷର ଅନ୍ତ ଘଟିଥିଲା ଓ ହାଇକୋର୍ଟ ଅନୁଭବଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେଇଥିଲେ ।

0
0

Leave a Reply

Your email address will not be published. Required fields are marked *