ବାପାଙ୍କ ପାଇଁ ଗୀତ ଗାଇଲେ ଅନୁଭବ

କଟକ: ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଭାବେ ଜଣାଯାଉଥିବା ଅନୁଭବ ମହାନ୍ତିଙ୍କ ଆଉ ଏକ ଅନ୍ଦାଜକୁ ନେଇ ସବୁଆଡେ ଚର୍ଚ୍ଚା। ଅନୁଭବଙ୍କ ଏହି ନୂଆ ଅନ୍ଦାଜ ହେଲା, ତାଙ୍କ ଗାୟିକି। ଆଜ୍ଞା ହଁ! ଆପଣମାନେ ଠିକ ଶୁଣିଲେ। ଅନୁଭବ ନିକଟରେ ନିଜ ସିଙ୍ଗି ଟ୍ୟାଲେଣ୍ଟର ଏକ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ନିଜେ ଗାଉଥିବାର ଏକ ଭିଡିଓ ସେୟାର କରିଛନ୍ତି ଅନୁଭବ।

ଅନୁଭବ ହିନ୍ଦୀ ଚଳଚ୍ଚିତ୍ର ‘ଆନିମଲ’ର ଲୋକପ୍ରିୟ ଗୀତ ‘ପାପା ମେରି ଜାନ’କୁ ନିଜ ଅନ୍ଦାଜରେ ଗାଇଛନ୍ତି। ନିଜ ବାପାଙ୍କ ପାଇଁ ଏହି ଗୀତଟି ଗାଇଛନ୍ତି ଅନୁଭବ। ଗୀତ ଗାଇବାର ଭିଡିଓକୁ ଅନୁଭବ ନିଜ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓ ଜରିଆରେ ନିଜ ବାପାଙ୍କ ପ୍ରତି ଥିବା ଭଲପାଇବାକୁ ଦର୍ଶାଇଛନ୍ତି ଅନୁଭବ।

ମ୍ୟାଟ୍ରିକ ଫେଲ ଷ୍ଟାର, ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ ହାଇକୋର୍ଟଙ୍କ ଅନୁମତି ମିଳିବା ପରେ ଏବେ ବେଶ ଖୁସି ଅଛନ୍ତି। ଆଗାମୀ ଦିନରେ ସେ ଦ୍ୱିତୀୟ ବିବାହ କରିବେ ବୋଲି ମଧ୍ୟ ନିଜ ପ୍ରତିକ୍ରିଆରେ ଜଣାଇଥିଲେ। ଛାଡ଼ପତ୍ରର କାମ ଶେଷ ହେବାପରେ ଏବଂ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଠିକ ହେବା ପରେ ଅନୁଭଵ ଦ୍ୱିତୀୟ ବିବାହ କରିବେ ବୋଲି କହିଛନ୍ତି ଅନୁଭଵ। ତେବେ ଏବେ ତାଙ୍କର ଏହି ନୂଆ ଅନ୍ଦାଜ ଅନୁଭବଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି।

0
0

Leave a Reply

Your email address will not be published. Required fields are marked *