‘ ପ୍ରଥମ ପ୍ରେମକୁ ନେଇ ବାବୁଶାନ ଗାଇଲେ ଗୀତ ‘

ଭୁବନେଶ୍ୱର: ନିଜର ଚକଲେଟି ଅଭିନୟ ହେଉ କି ନିଆରା ଚରିତ୍ର ଓଡ଼ିଆ ସିନେପ୍ରେମୀଙ୍କ ହୃଦୟରେ ବାବୁସାନ ନିଆରା ଛାପ ଛାଡିଛନ୍ତି | ସିନେମାରେ ଆକ୍ଟିଙ୍ଗ ଆଉ ଡାନ୍ସିଂ କୁ ଛାଡ଼ିଲେ ଗୀତ ଗାଇବାକୁ ସେ ବହୁତ୍ ପସନ୍ଦ କରନ୍ତି । ସିନେମାରେ ଯେତେ ସୁନ୍ଦର ସେ ଆକ୍ଟିଂ କରନ୍ତି ସେତିକି ସୁନ୍ଦର ସେ ଗୀତ ମଧ୍ୟ ଗାଆନ୍ତି। ନିକଟରେ ସେ ରାଜା ଡ଼ି ଙ୍କ ନିର୍ଦ୍ଦେଶିତ ଫିଲ୍ମ “ଦଶମ “ରେ କଣ୍ଠଦାନ କରିଛନ୍ତି । ଗୀତଟିର ନା ରହିଛି “ସ୍ମୃତିପକ୍ଷୀ” । ପିଲାଦିନର ପ୍ରଥମ ପ୍ରେମ ଉପରେ ରହିଛି ଏହି ସୁନ୍ଦର ଗୀତଟି । ଯାହାକୁ ଲେଖିଛନ୍ତି ଜେ ପି ୱାର୍ଡସ୍ମିଥ । ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ଗୌରଭ ଆନନ୍ଦ। ବାବୁଶାନଙ୍କ ଯାଦୁଇ ସ୍ଵର ଏହି ଗୀତଟିକୁ ଆହୁରି ମଧୁର କରିଛି ।

ଏହା ପୂର୍ବରୁ ବାବୁଶାନ୍ ୨୦୨୩ରେ ମୁକ୍ତିଲାଭ କରିଥିବା ଫିଲ୍ମ୍ “ମାଲ୍ୟଗିରି” ରେ କଣ୍ଠ ଦାନ କରିଥିଲେ। “ମୁସ୍କିଲ ହେ ଜିନା” “ନିଛାଟିଆ ମନ ” ଭାବନା ଏ ନୁଆ ପ୍ରେମର ” ଭଳି ଅନେକ ଗୀତକୁ ସେ ଗାଇଛନ୍ତି। ଉଲ୍ଲେଖ ଥାଉ କି ଫିଲ୍ମ… ମାଧ୍ୟମରେ ସେ ଓଲିଉଡ଼ ଜଗତରେ ପାଦ ଥାପିଥିଲେ | ସେହିପରି ଦୁଇବର୍ଷ ତଳେ ରିଲିଜ ହୋଇଥିବା ଦମନରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା |

jdhgkhrek 2

0
0

Leave a Reply

Your email address will not be published. Required fields are marked *