ସ୍ତ୍ରୀ ହେବା ପାଇଁ ସଜବାଜ ହେଲେଣି ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ଵର: ସଜବାଜ ହେଲେଣି ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ପୁଣିଥରେ ହାତକୁ ଦୁଇ ହାତ ହେବେ ବର୍ଷା । ବନିବେ ପତ୍ନୀ ଆଉ ଚଳାଇବେ ପରିବାର । ତେବେ କଣ ସତ ଭାବି ନେଲେ କି ? ନା ମ !! ଇଏ ଆମେ ବର୍ଷାଙ୍କ ରିଅଲ ଲାଇଫ କଥା ନୁହେଁ ରିଲ୍ ଲାଇଫ୍ କଥା କହୁଛୁ । କାରଣ ଖୁବଶିଘ୍ର ଆସିବାକୁ ଯାଉଛି ବର୍ଷାଙ୍କ ନୂଆ ଫିଲ୍ମ ‘ WIFE ‘ । ନୂଆ ଓ ଭିନ୍ନ ଟାଇଟେଲ୍ ଭଳି ଏହି ଫିଲ୍ମର କାହାଣୀ ବି ଠିକ୍ ସେହିଭଳି ହଟକେ ରହିଛି ।

ପରିବାରରେ ଜଣେ ସ୍ତ୍ରୀର ଭୂମିକା ଓ ସଂଘର୍ଷର କାହାଣୀକୁ ଏହି ଫିଲ୍ମ ମାଧ୍ୟମରେ ଦେଖିବାକୁ ପାଇବେ ଦର୍ଶକ ।ସଂପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଏହି ଫିଲ୍ମଟିକୁ ପ୍ରସ୍ତୁତ କରାଯାଉଛି ।ସିନେମାରେ ବର୍ଷାଙ୍କ ସହ ନାୟକ ଭୂମିକାରେ ରହିଛନ୍ତି ଜୟଜିତ୍ ଦାସ । ତେବେ ନିକଟରେ ଏହି ଫିଲ୍ମର ଶୁଭ ମୁହୁରତ ଶେଷ ହୋଇଛି ଓ ଖୁବ୍ ଜୋର ସୋର ରେ ଫିଲ୍ମର ସୁଟିଂ କାମ ଚାଲିଛି ।ଏହାରି ଭିତରେ ବର୍ଷା ନିଜ ସୋସିଆଲ ମିଡ଼ିଆ ସାଇଟରେ’ ସୁଟିଂ ସେଟର କିଛି ଫଟୋ କୁ ସେୟାର କରିଛନ୍ତି । ଯେଉଁଥିରେ ବର୍ଷା ଫିଲ୍ମ ‘WIFE ‘ ର ମେକଅପ୍ ଲୁକରେ ନଜର ଆସିଛନ୍ତି ।

ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ସୁଧାକର ବସନ୍ତ ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବିଜୟ କନ୍ଦୋଇ। ସିନେମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି ନିଜେ ବର୍ଷା ପ୍ରିୟଦର୍ଶିନୀ। ଫିଲ୍ମର ସମସ୍ତ ସୁଟିଙ୍ଗ ପରେ ଫିଲ୍ମକୁ ଖୁବଶିଘ୍ର  ରିଲିଜ୍ କରାଯିବ ।

2
0

Leave a Reply

Your email address will not be published. Required fields are marked *