ଅନୁଭବଙ୍କ ଠୁ ଛାଡପତ୍ର ପରେ ବର୍ଷାଙ୍କ ନୂଆ ଲୁକ…

ଭୁବନେଶ୍ଵର: ବହୁତ୍ ଦିନ ପରେ ପୁଣିଥରେ ସିନେଇଣ୍ଡଷ୍ଟ୍ରିକୁ ଫେରିବାକୁ ଯାଉଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ରିଅଲ ଲାଇଫରେ ବ୍ୟକ୍ତିଗତ ଅଡ଼ୁଆ ଭିତରୁ ସମୟ କାଢି ରିଲ ଲାଇଫରେ ପୁଣିଥରେ ନଜର ଆସିବାକୁ ଯାଉଛନ୍ତି ବର୍ଷା । ପ୍ରାୟ ୩ବର୍ଷର ଦୀର୍ଘ ବ୍ୟବଧାନ ପରେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ୨୦୨୧ ରେ ଆସିଥିବା ‘ ବିଜୟିନୀ ‘ ଚଳଚ୍ଚିତ୍ରରେ ତାଙ୍କୁ ଶେଷଥର ଦେଖିବାକୁ ମିଳିଥିଲା।

ସଂପୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହୋଇଛି ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର BOSS । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଗତିଶୀଳ । ଓଲିଉଡ୍ କୁଇନ୍ ବର୍ଷା ଏହି ଫିଲ୍ମରେ ଏକ ଡିଫରେଣ୍ଟ ଚରିତ୍ରରେ ନଜର ଆସିବେ । BOSS ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ବ ନିଭାଇଛନ୍ତି ନିଜେ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତା ରାଜ ରାଜେଶଙ୍କୁ ଦେଖିବାକୁ ମିଳିବ । BOSS, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫିଲ୍ମଟି ଗେମ ଚେଞ୍ଜର ହେବ ବୋଲି ଆଶା କରାଯାଉଛି ।

ଚିରାଚରିତ ପ୍ରେମ, ପାରିବାରିକ କାହାଣୀର ଧାରାରୁ ବାହାରି ପରିବର୍ତ୍ତନର ସ୍ବର ହେବ ଏଇ ଫିଲ୍ମ । ଆର୍ ଆର୍ ଏଭେଣ୍ଟସ୍ ଓ ସିନେ ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ BOSS ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଯୁବ ପ୍ରଯୋଜକ ରମେଶ ବାରିକ । ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ତ୍ରିପତି ସାହୁ । ଫିଲ୍ମର ସଂଗୀତ ନିର୍ଦ୍ଦେଶକ ଦେଇଛନ୍ତି ଅଭିଜିତ ମଜୁମଦାର । ଆସନ୍ତା ମାର୍ଚ୍ଚ ୮ ମହିଳା ଦିବସ ଅବସରରେ ଫିଲ୍ମଟି ମୁକ୍ତିଲାଭ କରିବ ।

1
0

Leave a Reply

Your email address will not be published. Required fields are marked *