ଭିଟ୍ୟୁନ୍ସ ପ୍ରୋ ୟୁଟ୍ୟୁବ ଚ୍ୟାନେଲରେ ଆସିବ ‘ବିଗୁଲ’ର ଗୀତ

ଭୁବନେଶ୍ୱର: ‘ଥରିଯିବ ଏବେ ଲୋକଙ୍କ ଛାତି, ବାଜିବ ବିଗୁଲ ନାଚିବ ହାତୀ’, ଓଡ଼ିଆ ସିନେମାରେ ଏକ ମୌଳିକ ତଥା ଦମଦାର କାହାଣୀକୁ ନେଇ ଆସିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ବିଗୁଲ ‘ । ତେବେ ବିଗୁଲ ର କାହାଣୀ ଯେଭଳି ରୋମାଞ୍ଚକର ରହିବ ଠିକ ଏହାର ଗୀତଗୁଡିକ ମଧ୍ୟ ଦର୍ଶକ ଓ ଶ୍ରୋତାଙ୍କୁ ମତୁଆଲା କରିବ । ତେବେ ଦର୍ଶକବନ୍ଧୁ ଏବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଏସବୁ ଗୀତ ଶୁଣିବେ କେମିତି? ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏସବୁ ଗୀତ ‘ଭିଟିୟୁନ୍ସ ପ୍ରୋ’ ରେ ରିଲିଜ ହେବାକୁ ଯାଉଛି ।

ଭିଟିୟୁନ୍ସ ପ୍ରୋ ଏହାର ମ୍ୟୁଜିକାଲ ରାଇଟ୍ସ ପାଇଥିବାବେଳେ ଏହି ୟୁଟ୍ୟୁବ ଚ୍ୟାନେଲରେ ଆପଣ ବିଗୁଲର ଗୀତ ଗୁଡିକୁ ଶୁଣିପାରିବେ । ଉଲ୍ଲେଖ ଥାଉ କି ଓଡ଼ିଶାର ସମସ୍ତ ଦର୍ଶକମାନଙ୍କୁ ଏକ ମୌଳିକ କାହାଣୀ ସହିତ ପରିଚୟ କରିବାକୁ ଚେଷ୍ଟା କରିଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ କୁମାର ପାଢ଼ୀ । ଫିଲ୍ମରେ କନ୍ଧମାଳ ଜିଲ୍ଲାର ପରମ୍ପରା, ଦଣ୍ଡନାଚ , ବିଶ୍ୱାସ, ଅନ୍ଧବିଶ୍ୱାସ , ଗୁଣିଗାରେଡି ଭଳି ଗାଁ ପରିବେଶର କାହାଣୀକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ମୁଖ୍ୟ ଭୂମିକାରେ ବଲିଉଡ ତଥା ଓଲିଉଡ଼ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ, ଅଭିନେତ୍ରୀ ସୁପ୍ରିୟା ନାୟକ ପ୍ରମୁଖ ନଜର ଆସିବେ । ଏସ୍ ଡି ଫିଲ୍ମସ ଓ ଅରବିନ୍ଦ ସାହୁଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଜୟ କୁମାର ପାଢ଼ୀ । ଅଜୟ ଏହି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଫିଲ୍ମଟିର ଡାଏଲଗ ଲେଖିଛନ୍ତି ଅମିତ କୁମାର ଦାସ । ସିନେମାରେ ସଙ୍ଗୀତ ଭାର ତୁଲାଇଛନ୍ତି ସୁରଜ ପୁରୋହିତ ।

0
0

Leave a Reply

Your email address will not be published. Required fields are marked *