ଆସୁଛି ଓଡ଼ିଆ କାନ୍ତାରା…..“ ବିଗୁଲ୍ ”

ଭୁବନେଶ୍ଵର: ପୁଣିଥରେ ଓଡ଼ିଶା ଦେଖିବ ନିଛୁକ ନୁଆ ଓଡ଼ିଆ କାହାଣୀ ଚଳଚ୍ଚିତ୍ର ବିଗୁଲ୍। କନ୍ନଡ଼ ଫିଲ୍ମ କାନ୍ତାରା ପରେ ଏବେ ଆସିବ ଓଡ଼ିଆ ଫିଲ୍ମ`ବିଗୁଲ୍’ । କନ୍ଧମାଳର କାହାଣୀ ଓ ପରମ୍ପରାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଓଡ଼ିଶାର ସମସ୍ତ ଦର୍ଶକମାନଙ୍କୁ ଓଡ଼ିଶାର କାହାଣୀ ସହିତ ପରିଚୟ କରିବାକୁ ଚେଷ୍ଟା କରିଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ କୁମାର ପାଢ଼ୀ । ଫିଲ୍ମରେ କନ୍ଧମାଳ ଜିଲ୍ଲାର ପରମ୍ପରା, ଦଣ୍ଡନାଚ , ବିଶ୍ୱାସ, ଅନ୍ଧବିଶ୍ୱାସ , ଗୁଣିଗାରେଡି ଭଳି ଗାଁ ପରିବେଶର କାହାଣୀକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ ।

ନିକଟରେ ଫିଲ୍ମର ତିନୋଟି ପୋଷ୍ଟରକୁ ରିଲିଜ୍ କରାଯାଇଛି । ପୋଷ୍ଟରରେ ଭିନ୍ନ ଚରିତ୍ର ଓ ଆକର୍ଷଣୀୟ ଲୁକ୍ ଦର୍ଶକଙ୍କୁ ବେସ୍ ପସନ୍ଦ ଆସୁଛି । ଫିଲ୍ମର ଗୋଟିଏ ପୋଷ୍ଟରରେ ବଲିଉଡ ତଥା ଓଲିଉଡ଼ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ପୋଲିସ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ଚିତ୍ତରଞ୍ଜନ । ଚିତ୍ତରଞ୍ଜନଙ୍କ ଏହି ଅବତାର ଦେଖି ଫିଲ୍ମର କାହାଣୀକୁ ନେଇ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମର ଆଉ ଏକ ପୋଷ୍ଟର ଅଭିନେତ୍ରୀ ସୁପ୍ରିୟା ନାୟକଙ୍କୁ ଗାଁଉଲି ଗେଟଅପ୍ ଲୁକରେ ଦେଖିବାକୁ ମିଳିଛି । ଫିଲ୍ମର ପୋଷ୍ଟର ସବୁକୁ ଦେଖି ଫିଲ୍ମକୁ ହଲ ରେ ଦେଖିବା ପାଇଁ ବେସ୍ ଉତ୍ସାହିତ ଅଛନ୍ତି ସିନେପ୍ରେମୀ ।

WhatsApp Image 2024 02 07 at 11.19.13 65d21467

ଏସ୍ ଡି ଫିଲ୍ମସ ଓ ଅରବିନ୍ଦ ସାହୁଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଜୟ କୁମାର ପାଢ଼ୀ । ଅଜୟ ଏହି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଫିଲ୍ମଟିର ଡାଏଲଗ ଲେଖିଛନ୍ତି ଅମିତ କୁମାର ଦାସ । ସିନେମାରେ ସଙ୍ଗୀତ ଭାର ତୁଲାଇଛନ୍ତି ସୁରଜ ପୁରୋହିତ । ବର୍ତ୍ତମାନ ସୁଦ୍ଧା ସିନେମାର ସମସ୍ତ ସୁଟିଂ ଶେଷ ହୋଇସାରିଛି । ସିନେମାର ସମସ୍ତ ସୁଟିଂ ଓଡ଼ିଶା ଭିତରେ କନ୍ଧମାଳ ଅଞ୍ଚଳରେ ସୁଟ୍ କରାଯାଇଛି ।

ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ପରେ ଫିଲ୍ମଟିକୁ ଖୁବଶୀଘ୍ର ଓଡ଼ିଶାର ସମସ୍ତ ହଲରେ ରିଲିଜ୍ କରାଯିବ । ତେବେ ସତ୍ୟ ଘଟଣାକୁ ନେଇ ତିଆରି ହୋଇଥିବା ଓଡ଼ିଶାର କାହାଣୀକୁ ଆମ ଓଡ଼ିଆ ଦର୍ଶକ କେତେ ପସନ୍ଦ କରିବେ ତାହା ସମୟ କହିବ ।

0
0

Leave a Reply

Your email address will not be published. Required fields are marked *