ଆରପାରିରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ଚକ୍ରଧାରୀ ଜେନା

ଭୁବନେଶ୍ୱର: ବଜାର ଗରମ, ପୂରା ବଜାର ଗରମ । କାଳୀ ଦାଦାର ନାଁ କଣ ବଜାରରେ ବିକ୍ରି ହେଉନି । ଫିଲ୍ମ ଅର୍ଜୁନ ରେ ଏଭଳି ଛାତିଥରା ସଂଳାପ କହି ଦର୍ଶକଙ୍କ ମନକୁ ବେଶ ଛୁଇଁଥିବା ଚକ୍ରଧାରୀ ଜେନା ଆଉ ନାହାନ୍ତି ।  ଚିକିତ୍ସାଧିନ ଅବସ୍ଥାରେ ଏମ୍ସରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଦିର୍ଘ ଦିନ ଧରି ଚକ୍ରଧର ମଧୁମେୟ ଜନିତ ରୋଗରେ ପୀଡିତ ଥିଲେ। କିନ୍ତୁ ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।

WhatsApp Image 2024 02 12 at 23.16.03 3dd653cb 1

୧୯୮୮ମସିହାରେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ପାସ୍ ହେବା ପରେ ସେ ଅଭିନୟ ଜଗତରେ ପାଦ ରଖିଥିଲେ ।ଚକ୍ରଧର ଜେନାଙ୍କୁ ନା କେବଳ ଓଲିଉଡ୍ ବରଂ ବଲିଉଡ଼ ଓ ହଲିଉଡରେ ମଧ୍ୟ ଦେଖିବାକୁ ମିଳିଥିଲା । ସାଧାରଣ ମାତ୍ର ଚାଷୀ ପରିବାରରୁ ଆସି ହଲିଉଡ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସେ ସଫଳ ହୋଇପାରିଥିଲେ । ହଲିଉଡ୍ ସିନେମା ‘ ସିଟି ଅଫ୍ ଜୟ ‘ ଓ ‘ଇଲେକ୍ଟ୍ରିକ୍ ମୁନ’ ରେ ତାଙ୍କ ବଳିଷ୍ଠ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ଓଡ଼ିଆ ସିନେମା ଭିତରେ ‘ ପଥର ଖସିଲା ବଡ଼ ଦେଉକୁ ‘ ଥିଲା ତାଙ୍କ ପ୍ରଥମ ଚଳଚ୍ଚିତ୍ର । ଏହା ବ୍ୟତିତ ସେ ‘ରଣଭୂମି’, ‘ଅର୍ଜୁନ’, ‘ମାୟା’, ରଙ୍ଗିଲା ବାବା’, ‘ଓମ୍ ନମଃ ଶିବାୟ’ , ‘କଥାନ୍ତର’ ଓ ‘ପ୍ରେମ୍ ଓ୍ବେଡ୍ସ ପ୍ରିୟା’ ସିନେମାରେ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି । ପରେ ସେ ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ୍ ‘ ଅନ୍ତ୍ରର୍ଦାହ’  ଓଡ଼ିଆରେ ମହାଯଜ୍ଞ, ମାଉସୀ ଭଳି  ଏକାଧିକ ଓଡ଼ିଆ ସିନେମା ଓ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ବିଶେଷ କରି ଖଳନାୟକ ଭୂମିକାରେ ତାଙ୍କୁ ଅଧିକ ଦେଖିବାକୁ ମିଳୁଥିଲା । କେବଳ ଖଳନାୟକ ନୁହେଁ,  ଅନ୍ୟାନ୍ୟ ଭୂମିକାରେ ମଧ୍ୟ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କର ପ୍ରିୟ ହୋଇଥିଲେ  । ଚକ୍ରଧାରୀ ଙ୍କ ବିୟୋଗରେ ବର୍ତ୍ତମାନ୍ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

0
0

Leave a Reply

Your email address will not be published. Required fields are marked *