ପିଲାଦିନର ସ୍ମୃତିକୁ ଫେରାଇଆଣିବ ଫିଲ୍ମ “ଦଶମ”

ଭୁବନେଶ୍ୱର: ସ୍କୁଲ ବେଳର ସେଇ ଅଭୁଲା ଦିନ । ଜୀବନରେ ଯେତେ ଆଗକୁ ବଢ଼ିଗଲେ ବି ପଛକୁ ବୁଲିକରି ଦେଖିଲେ ସେ ସମୟର ସାଙ୍ଗସାଥୀ,ଗୁଲିଖଟି, ମଜାମସ୍ତି ମନେପଡିଯାଏ। ଆଉ ଇଚ୍ଛା ହୁଏ ପୁଣି ଥରେ ସେଇ ସ୍ମୃତିକୁ ନେଇ ବଞ୍ଚିବା ପାଇଁ। ଠିକ୍ ସେଇଭଳି ପିଲାଦିନର ଅଭୁଲା ସ୍ମୃତିକୁ ଲୋକଙ୍କ ମନରେ ପୁନର୍ଜୀବିତ କରିବା ପାଇଁ ରିଲିଜ୍ ହୋଇଛି ଫିଲ୍ମ “ଦଶମ ” । ସ୍କୁଲସମୟର ସମସ୍ତ ମୁହୂର୍ତ୍ତକୁ ସିନେମା ପରଦାରେ ଦେଖାଇବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ରାଜା ଡ଼ି । ଫିଲ୍ମରେ ଆପଣଙ୍କୁ ଭରପୁର କମେଡି ଓ ଇମୋସନ୍ ଦେଖିବାକୁ ମିଳିବ । ଯାହା ଆପଣଙ୍କୁ ନିହାତି ନିଜ ପିଲାଦିନର ସମୟକୁ ଫେରିଯିବା ପାଇଁ ବାଧ୍ୟ କରିବ ।

ଫିଲ୍ମଟି ଜାନୁଆରୀ ୧୮ତାରିଖରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି | ସିନେମାର ମୁଖ୍ୟ ଭୂମିକାରେ ସୈଳେନ୍ଦ୍ର ସାମନ୍ତରାୟ,ଆକାଶ ହୋତା , ଜ୍ୟୋତିରଂଜନ ରାଉତ , ଅର୍ମାନ ମହାନ୍ତି, ଅଭିନେତ୍ରୀ ସୁମନ ପଟ୍ଟନାୟକ ଓ ନିଲାଖି ପାତ୍ର ଅଭିନୟ କରିଛନ୍ତି । ସହଯୋଗୀ ଭୂମିକାରେ ଫନି ପ୍ରତୀକ, ଜ୍ୟୋତିରଂଜନ ରାଉତ , ସୁଶାନ୍ତ , ରବି ମିଶ୍ର, ସୁମନ ପଟ୍ଟନାୟକ , ଉଦିତଗୁରୁ ବିଭିନ୍ନ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରର କାହାଣୀକୁ ଅତି ସୁନ୍ଦର ଭାବେ ପରିବେଷଣ କରିବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ରାଜା ଡି।

2
0

Leave a Reply

Your email address will not be published. Required fields are marked *