ଗୀତ ପଛର ଗପ: ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଆସିବ ଫିଲ୍ମ ‘ଖୋକା ଭାଇ….

ଭୁବନେଶ୍ୱର: ଓଡ଼ିଆ ସଂଗୀତ ଦୁନିଆର ବେତାଜ ବାଦଶାହା ‘ ଅକ୍ଷୟ ମହାନ୍ତି ‘। ତାଙ୍କର ଏହି ନାଁରେ ହିଁ ଯୋଡି ହୋଇ ରହିଛି ଅନେକ ଭାବ । ତାଙ୍କ ଗାଇଥିବା ସବୁ ଗୀତ ପଛରେ ଲୁଚି ରହିଥାଏ ଗୋଟିଏ ଗୋଟିଏ କାହାଣୀ।

ଅକ୍ଷୟ ମହାନ୍ତି ଗାଇଥିବା ସେହିଭଳି କିଛି ଗୀତ ପଛର କାହାଣୀ କୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ “ଖୋକାଭାଇ ତୁମ ପାଇଁ ” ଯାହାର ମୁଖ୍ୟ ଭୂମିକାରେ ରହିଛନ୍ତି ସ୍ବରାଜ ବାରିକ। ସ୍ବରାଜ ତାଙ୍କ ଜନ୍ମଦିନରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରିଛନ୍ତି । ଫିଲ୍ମରେ ସ୍ବରାଜ ଅକ୍ଷୟ ମହାନ୍ତିଙ୍କ ବଡ଼ ଫ୍ୟାନ ଭୂମିକାରେ ନଜର ଆସିବେ। ସ୍ବରାଜଙ୍କ ସହିତ ଏହି ଫିଲ୍ମରେ ନାୟିକା ଉପାସନା ମହାନ୍ତି ନଜର ଆସିବେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗିରିଶ ମହାନ୍ତି । ପ୍ରଯୋଜନା ଭାର ତୁଲାଇଛନ୍ତି ବିଷ୍ଣୁପ୍ରିୟା ସାହୁ ଓ ଶୁଭେନ୍ଦୁ କୁମାର ସାହୁ, । ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି ଓ ଭରଦ୍ୱାଜ ପଣ୍ଡା ଏହି ଫିଲ୍ମର କାହାଣୀ ଲେଖିଛନ୍ତି। ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

0
0

Leave a Reply

Your email address will not be published. Required fields are marked *