ଆସିଲା ‘ବିଗୁଲ’ର ପ୍ରଥମ ଟିଜର, ଭିଟ୍ୟୁନ୍ସ ପ୍ରୋ ୟୁଟ୍ୟୁବ ଚ୍ୟାନେଲରେ ଦେଖନ୍ତୁ ପ୍ରଥମ ଝଲକ

ଭୁବନେଶ୍ୱର: ଶେଷରେ କିଛିଦିନର ଅପେକ୍ଷା ପରେ ନିଛକ ନୂଆ ଓଡ଼ିଆ କାହାଣୀକୁ ଆଧାର କରି ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ‘ବିଗୁଲ୍’ର ଟିଜର ସାମ୍ନାକୁ ଆସିଛି | ଭିଟ୍ୟୁନ୍ସ ପ୍ରୋ ୟୁଟ୍ୟୁବ ଚ୍ୟାନେଲରେ ଏହି ଟିଜର ରିଲିଜ ହୋଇଥିବାବେଳେ ଏହି ଭିଡିଓରେ ଦମଦାର ସଂଳାପ ଶୁଣିବାକୁ ମିଳିଛି | ଦର୍ଶକଙ୍କୁ ଆକୃଷ୍ଟ କରିବା ଭଳି ଆକର୍ଷଣୀୟ ଦୃଶ୍ୟ ସାଙ୍ଗକୁ ସିନେମାର କାହାଣୀ କଣ ତାହା କୌତୁହଳ ସୃଷ୍ଟି କରିଛି | ଉଲ୍ଲେଖ ଥାଉ କି, ଓଡ଼ିଶାର ସମସ୍ତ ଦର୍ଶକମାନଙ୍କୁ ଏକ ମୌଳିକ କାହାଣୀ ସହିତ ପରିଚୟ କରିବାକୁ ଚେଷ୍ଟା କରିଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ କୁମାର ପାଢ଼ୀ ।

ଫିଲ୍ମରେ କନ୍ଧମାଳ ଜିଲ୍ଲାର ପରମ୍ପରା, ଦଣ୍ଡନାଚ , ବିଶ୍ୱାସ, ଅନ୍ଧବିଶ୍ୱାସ , ଗୁଣିଗାରେଡି ଭଳି ଗାଁ ପରିବେଶର କାହାଣୀକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ମୁଖ୍ୟ ଭୂମିକାରେ ବଲିଉଡ ତଥା ଓଲିଉଡ଼ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ, ଅଭିନେତ୍ରୀ ସୁପ୍ରିୟା ନାୟକ ପ୍ରମୁଖ ନଜର ଆସିବେ ।

ଏସ୍ ଡି ଫିଲ୍ମସ ଓ ଅରବିନ୍ଦ ସାହୁଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଜୟ କୁମାର ପାଢ଼ୀ । ଅଜୟ ଏହି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଫିଲ୍ମଟିର ଡାଏଲଗ ଲେଖିଛନ୍ତି ଅମିତ କୁମାର ଦାସ । ସିନେମାରେ ସଙ୍ଗୀତ ଭାର ତୁଲାଇଛନ୍ତି ସୁରଜ ପୁରୋହିତ । ଆସନ୍ତା ମାର୍ଚ୍ଚ ୨୨ ତାରିଖାରେ ସିନେମାଟି ରିଲିଜ ହେବାକୁ ଯାଉଛି |

0
0

Leave a Reply

Your email address will not be published. Required fields are marked *