ଜୀ ସାର୍ଥକରେ ପ୍ରଥମଥର ପାଇଁ ସୁପରହିଟ ବ୍ଲକବାଷ୍ଟର ‘ଗଦର୍-2’

ଭୁବନେଶ୍ଵର: ଓଡ଼ିଶାର ନମ୍ବର ୧ ଜୀ ସାର୍ଥକ ସର୍ବଦା ଭିନ୍ନ ଭିନ୍ନ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସିଛି । ସେ ନୂଆ ଧାରାବାହିକ ହେଉ କି କୌଣସି ରୀୟାଲିଟି ସୋ । ଦର୍ଶକଙ୍କ ପ୍ରଥମ ପସନ୍ଦରେ ରହିଥାଏ ଜୀ ସାର୍ଥକ ଚ୍ୟାନେଲ୍ । ସର୍ବଦା ସମସ୍ତଙ୍କ ଠୁ କିଛି ହଟକେ ଯୋଗାଇବାର ପ୍ରୟାସ ଦର୍ଶକଙ୍କୁ ଚ୍ୟାନେଲ୍ ସହ ବାନ୍ଧି ରଖିଆସିଛି ।ତେବେ ଏହି ଭାଲେନଟାଇନ ସପ୍ତାହରେ ନିଜ ଦର୍ଶକ ଙ୍କ ପାଇଁ ଜୀ ସାର୍ଥକ ନେଇ ଆସିଛି ସୁନ୍ଦର ଉପହାର । ପ୍ରଥମ ଥର ପାଇଁ ଟିଭି ପରଦା ରେ ଦର୍ଶକ ଦେଖିବେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଇତିହାସ ସୃଷ୍ଟି କରିଥିବା ସୁପରହିଟ ବ୍ଲକବାଷ୍ଟର ଫିଲ୍ମ’ ଗଦର୍ – 2 ‘ । ଆସନ୍ତା ଫେବୃୟାରୀ ୧୧ତାରିଖ ସନ୍ଧ୍ୟା ୬ଟାରେ ଦର୍ଶକ ଏହି ଫିଲ୍ମଟିକୁ ଜୀ ସାର୍ଥକ ଚ୍ୟାନେଲରେ ଦେଖିବାକୁ ପାଇବେ ।

ଅଭିନେତା ସନି ଦେଓଲ ଏବଂ ଅମିଶା ପଟେଲ ଷ୍ଟାରର୍ ଫିଲ୍ମ ‘ଗଦର୍-2 ‘ ୨୦୦୧ରେ ଆସିଥିବା ଚଳଚ୍ଚିତ୍ର ‘ ଗଦର ଏକ ପ୍ରେମ୍ କଥା ‘ ର ସିକ୍ୱେଲ୍ । ଯାହା ବକ୍ସଅଫିସରେ ବ୍ଲକବାଷ୍ଟର ହେବା ସହ ରେକର୍ଡ଼ ଭାଙ୍ଗିଥିଲା । ଏମିତି କି ଏହି ଫିଲ୍ମକୁ ପ୍ରଥମ ଥର ଲୋକ ସଭା ସଦସ୍ୟ ମାନଙ୍କ ପାଇଁ ଲୋକ ସଭା ନୂଆ ସାଂସଦ ଗୃହରେ ସ୍କ୍ରିନୀଂ କରଯାଇଥିଲା ।

ତେବେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦର୍-2’ ଫିଲ୍ମକୁ ପ୍ରଥମ ଥର ପାଇଁ ଓଡ଼ିଆରେ ଦେଖିବାକୁ ପାଇବେ ଦର୍ଶକ । ଯେଉଁ ସିନେମାରେ ଭରି ରହିଛି ଜବରଦସ୍ତ ଆକ୍ସନ, ଡ୍ରାମା , ଲଭ୍ ରୋମାନ୍ସ , ଆଉ ଇମୋସନ । ଯାହାକୁ ଏବେ ପୁରା ପରିବାର ସହ ଟିଭି ପରଦାରେ ଦେଖିବେ ଦର୍ଶକ। ତେବେ ଓଡ଼ିଆ ଦର୍ଶକଙ୍କୁ ଏକ ଭିନ୍ନ ଅନୁଭବ ଯୋଗେଇ ଦେବାର ଏହି ପ୍ରୟାସ ନିହାତି ଲୋକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି ।

0
0

Leave a Reply

Your email address will not be published. Required fields are marked *