ଶାଶୂ ନମିତାଙ୍କ ଜନ୍ମଦିନ ପାଳିଲେ ବୋହୂ ତମନ୍ନା

କଟକ:ବିବାହ ପରେ କଣ କରୁଛନ୍ତି ଓଲିଉଡ୍ ସୁନ୍ଦରୀ ତମନ୍ନା । ନିକଟରେ ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଘରର ବୋହୂ ସାଜିଥିବା ଏହି ସୁନ୍ଦରୀଙ୍କ ବୈବାହିକ ଜୀବନ କିପରି ଚାଲିଛି ଜାଣିବା ପାଇଁ ଚାହିଁ ରହିଛନ୍ତି ପ୍ରଶଂସକ । ଆଉ ଫ୍ୟାନ୍ସଙ୍କ ଚାହିଦାକୁ ପୂରଣ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ତମନ୍ନା ।

ଶାଶୂ ନମିତା ଅଗ୍ରୱାଲଙ୍କ ଜନ୍ମଦିନ ପାଳିଲେ ବୋହୂ ତମନ୍ନା । ସୋସିଆଲ ମିଡିଆରେ ସେୟାର କଲେ ଛେନାପୋଡ଼ କାଟିବାର ଏକ ଭିଡିଓ । ଭିଡିଓରେ ଶାଶୂ ନମିତାଙ୍କ ପାଖରେ ବସି ଛେନାପୋଡ଼ କାଟି ତମନ୍ନା ନିଜ ହାତରେ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି । ତମନ୍ନା ନିଜ ଇଂଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଶ୍ୱଶୁର ସୀତାରାମ ଅଗ୍ରୱାଲ, ସ୍ୱାମୀ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଦିଅର ସାର୍ଥକ ବି ନଜର ଆସିଛନ୍ତି । ବିବାହ ପରେ ଓଲିଉଡ୍ ସୁନ୍ଦରୀ ତମନ୍ନାଙ୍କ ବୈବାହିକ ଜୀବନ କିପରି ଚାଲିଛି ଜାଣିବା ପାଇଁ ଚାହିଁ ରହିଛନ୍ତି ପ୍ରଶଂସକ । ଆଉ ଏହାକୁ ନେଇ ନିଜ ଇଂଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି ତମନ୍ନା ।

ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଘରର ବୋହୂ ସାଜିଛନ୍ତି ଓଡିଆ ଚଳଚ୍ଚିତ୍ର ନାୟିକା ତମନ୍ନା । ନିକଟରେ ବେଶ ଧୁମ୍‌ଧାମ୍‌ରେ ସିଦ୍ଧାର୍ଥ ଓ ତମନ୍ନାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସଙ୍ଗୀତ ଠାରୁ ଆରମ୍ଭ କରି ଏନଗେଜ୍‌ମେଂଟ୍ ଆଉ ବିବାହ, ସବୁ ରିତିନୀତିର ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏହି ସୁନ୍ଦରୀ । ଯାହାକୁ ନେଇ ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି ତମନ୍ନା । ଓଡିଶାର ଘରେ ଘରେ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଘରର ବୋହୂ ହେବା ପରେ ତମନ୍ନାଙ୍କ ଲୋକପ୍ରିୟତା ଆହୁରି ବଢି ଯାଇଛି । ତେବେ ଆଗକୁ ଏହି ଶାଶୂ-ବୋହୂ ସମ୍ପର୍କ କେମିତି ରହିବ ତାହା ସମୟ କହିବ ।

0
0

Leave a Reply

Your email address will not be published. Required fields are marked *