“ମା ସମଲେଇଙ୍କ ମହିମା ଉପରେ ଆସୁଛି ଫିଲ୍ମ.…

ଭୁବନେଶ୍ଵର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମହିମା ଉପରେ ନିର୍ମିତ ହେବ ବହୁଭାଷୀ ଚଳଚ୍ଚିତ୍ର ” ଜୟ ମା ସମଲେଇ ” ଜାତୀୟ ପୁରସ୍କାର ପାଇଥିବା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି ସିନେମାର ନିର୍ଦ୍ଦେଶନା ଦେବେ। ଫିଲ୍ମର ପ୍ରଯୋଜିକା ଦାୟିତ୍ୱରେ ରହିଛନ୍ତି ସନଲିସା ପଟେଲ । ମା ସମଲେଇଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ୧୫ରୁ ଅଧିକ ଭାଷାରେ ରିଲିଜ୍ କରାଯିବ । ତିନୋଟି ପ୍ରଯୋଜକ ସଂସ୍ଥା ସନଲିସା ସିଗନେଚର୍ , ଶିରିଡ଼ି ସାଇଁ ବାବା ମ୍ୟୁଜିକ ଓ ନ୍ୟୁ ଜେନେରେସନ ଫିଲ୍ମଙ୍କ ମିଳିତ ଆନୁକୁଲ୍ୟରେ ଫିଲ୍ମଟି ମୁକ୍ତିଲାଭ କରିବ ।

ନିକଟରେ ମା ସମଲେଶ୍ୱରିଙ୍କ ମନ୍ଦିର ପରିସରରେ ” ଜୟ ମା ସମଲେଇ”ର ” ପୋଷ୍ଟର ଓ ମହୁରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର , ପ୍ରଯୋଜିକା ,ପ୍ରଣୟ ଜେଠୀ, କୁମାର ଚୋଳଗଙ୍ଗଦେବ , ସଞ୍ଜୟ ପଟେଲ , ଅଭିନେତ୍ରୀ ତପସ୍ଵିନୀ ଗୁରୁ , ଅରବିନ୍ଦ ମହାପାତ୍ର, ଆଦିତ୍ୟ ପ୍ରସାଦ ପାଢ଼ୀ ଭଳି ଅନେକ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

WhatsApp Image 2024 02 03 at 15.23.43 7035bc49

ପ୍ରଥମ ଥର ପାଇଁ ଏହି ଫିଲ୍ମକୁ ଓଡ଼ିଆ ଭାଷା ସମେତ ଛତିଶଗଡ଼ି ,ସାନ୍ତାଳୀ,ବଙ୍ଗାଳୀ ଆଦି ପ୍ରାୟ ୭ଟି ଭାଷାରେ ନିର୍ମାଣ ଯୋଜନା ରହିଥିବା କହିଛନ୍ତି ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଫିଲ୍ମର ସୁଟିଂ ସମ୍ବଲପୁର ସହିତ ଛତିଶଗଡ, ଝାଡ଼ଖଣ୍ଡ ଆଦି ବିଭିନ୍ନ ଅଞ୍ଚଳରେ ହେବ। ଫିଲ୍ମର ପ୍ରିପ୍ରଡକ୍ସନ କାମ ଆରମ୍ଭ ହୋଇଯାଇଥିବା ବେଳେ ଖୁବ୍ ଶୀଘ୍ର ଏହାର ସୁଟିଂ କାମ ଆରମ୍ଭ ହେବ ।

113
0

Leave a Reply

Your email address will not be published. Required fields are marked *