ଏସବୁ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି ଲତା

ଭୁବନେଶ୍ୱର: ‘ମେଲୋଡି କୁଇନ୍’, ‘ଭଏସ୍ ଅଫ୍ ଦି ମିଲେନିୟମ’ ଲତା ମଙ୍ଗେସକରଙ୍କ ଆଜି ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ । ୩୬ଟି ଭାରତୀୟ ଭାଷାରେ ପ୍ରାୟ ୨୫ହଜାରରୁ ଅଧିକ ଗୀତ ଗାଇ ସେ ସୃଷ୍ଟି କରିଥିଲେ ଇତିହାସ। ସଂଗୀତ ଜଗତକୁ ସେ ଭେଟି ଦେଇଛନ୍ତି ଅନେକ ସୁନ୍ଦର ଗୀତ । ସେଥିମଧ୍ୟରୁ ସାମିଲ୍ ଅଛି ଦୁଇଟି ଓଡ଼ିଆ ଗୀତ। କ୍ଳାସିକ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ର(୧୯୬୩ ) ” ସେଇ ଚୁନା ଚୁନା ତାର ଫୁଲ ଆଜି ” ଓ ‘ଅରୁନ୍ଧତୀ’ ଚଳଚ୍ଚିତ୍ରର(୧୯୬୭) ” ଆଜି ମୁଁ ଶ୍ରାବଣୀ ଲୁହାର ହରିଣୀ ” । ଯେଉଁ ଗୀତ ଆଜି ବି ଓଡ଼ିଆ ଦର୍ଶକଙ୍କ ହୃଦୟରେ ଭିନ୍ନ ଏକ ସ୍ଥାନ ସୃଷ୍ଠି କରିରହିଛି । ଲତାଜି ଗାଇଥିବା ଏହି ଦୁଇଟି ଗୀତକୁ ପ୍ରସିଦ୍ଧ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ରଚନା କରିଥିଲେ ।

ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ” ସେଇ ଚୁନା ଚୁନା ତାର ଫୁଲ ଆଜି ” ଗୀତକୁ ରେକର୍ଡିଂ କରାଯାଇଥିଲା । ଲତାଜିଙ୍କ ସେହି ରେକର୍ଡ଼ିଂ ବେଳର ଏକ ଫୋଟୋକୁ ଜଣେ ଟ୍ୟୁଟର୍ ବ୍ୟବହାରକାରୀ ନିଜ ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି । ଫଟୋରେ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ , ଲତା ମଙ୍ଗେସକର , ତାଙ୍କ ଭାଇ ହୃଦୟନାଥ ମଙ୍ଗେସକର , ସଙ୍ଗୀତ ନିର୍ଦ୍ଦେଶକ ଶା ନ୍ତନୁ ମହାପତ୍ରବୋ ଯତୀନ ଦାସ ଙ୍କୁ ଦେଖିବାକୁ ମିଳିଛି । ଲତାଜି ‘ ଚୁନା ଚୁନା ତାରା ଫୁଲ ଆଜି ‘ ଗୀତଟିକୁ ରେକର୍ଡ କରିବା ପୂର୍ବରୁ ଗୀତ ପଛର ଭାବନା ବୁଝିବା ପାଇଁ ଗୋଟିଏ ଦିନର ସମୟ ନେଇଥିଲେ। ଦ୍ଵିତୀୟ ଗୀତ ” ଆଜି ମୁଁ ଶ୍ରାବଣୀ ଲୁହାର ହରିଣୀ ” ଗୀତ ଗାଇଲା ସମୟକୁ ତାଙ୍କ ଓଡ଼ିଆ ଉଚ୍ଚାରଣରେ କିଛିଟା ଅସୁବିଧା ହୋଇଥିଲା । କିନ୍ତୁ ମାତ୍ର କିଛି ସମୟ ଭିତରେ ସେ ଅତି ସୁନ୍ଦର୍ ଭାବେ ଗୀତକୁ ଗାଇଥିଲେ। ଗୀତରେ ତାଙ୍କ ଉଚ୍ଚାରଣ ଏତେ ସଠିକ୍ ଓ ସ୍ପଷ୍ଟ ଥିଲା ଯେ ଅନେକ ଜଣ ଭାବିଥିଲେ ଏହି ଗୀତକୁ କୌଣସି ଓଡ଼ିଆ ଗୀତିକାର ଗାଇଛନ୍ତି ।

WhatsApp Image 2024 02 06 at 17.10.28 6779b8ae

ଲତା ମଙ୍ଗେସକରଙ୍କ ଜୀବନୀ କଥା ଯଦି କହିବା ସେ ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ।

୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହିତ ଭାରତୀୟ ସିନେମାର ଅନ୍ୟତମ ଶ୍ରେଷ୍ଠ ଗାୟକ ଭାବେ ବିବେଚିତ ଲତା ମଙ୍ଗେସକର ଙ୍କୁ ପଦ୍ମବିଭୂଷଣ , ଦାଦା ସାହେବ୍ ଫାଲକେ ପୁରସ୍କାର ଏବଂ ବିଭିନ୍ନ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ଅନେକ ସମ୍ମାନ ମିଳିଥିଲା । ୨୦୦୧ ମସିହାରେ ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ ଭାରତ ରତ୍ନ ରେ ସମ୍ମାନିତ କରଯାଇଥିଲା । ଲତା ମଙ୍ଗେସକରଙ୍କ କିଛି ଅଭୁଲା ଗୀତ ଗୁଡ଼ିକ ମଧ୍ୟରେ ‘ ଲଗ ଯା ଗଲେ ‘ ,’ ହୋଟୋନ୍ ମେ ଏସି ବାତ୍ ‘ , ‘ ସତ୍ୟମ୍ ଶିବମ୍ ସୁନ୍ଦରମ୍ , ‘ ଅଜିବ ଦାସ୍ତାନ ହେ ୟେ ‘ , ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ’ ଆଦି ସାମିଲ୍ ରହିଛି ଯାହା ଆଜି ବି ଲୋକଙ୍କ ହୃଦୟରେ ଘର କରି ରହିଛି ।

ସେ ଆଜି ନାହାନ୍ତି ସତ କିନ୍ତୁ କିନ୍ତୁ ଓଡ଼ିଆ ସଙ୍ଗୀତ ଜଗତକୁ ଦେଇଯାଇଥିବା ତାଙ୍କର ଏହି ଛୋଟିଆ ଅବଦାନ ଓଡ଼ିଶାବାସୀଙ୍କ ହୃଦୟରେ ସର୍ବଦା ସାଇତି ହୋଇ ରହିବ।

0
0

Leave a Reply

Your email address will not be published. Required fields are marked *