ମାର୍କେଟକୁ ଆସୁଛି ନୂଆ ଆଲବମ ‘ଏକଡ଼ା ଏକଡ଼ା ରା’

ଭୁବନେଶ୍ୱର: ମାର୍କେଟକୁ ଆସିବାକୁ ଯାଉଛି ଆଲବମ୍ ବାଦଶାହ ଲୁବୁନଙ୍କ ନୂଆ ଡାନ୍ସ ଭିଡିଓ । ଯାହାର ନାଁ ରହିଛି ”ଏକଡ଼ା ଏକଡ଼ା ରା”। ଏସ ଏସ ଓଡ଼ିଆ ଫିଲ୍ମସ ଓ ଏଲଟି ଟିମ୍ ପ୍ରଯୋଜିତ ଏହି ଗୀତରେ ପୁରୁଣା ସମ୍ବଲପୁରୀ ଗୀତ ” ଏକଡ଼ା ଏକଡ଼ା ରା ”କୁ ନୂଆ ଢଙ୍ଗରେ ପେସ୍ କରାଯାଇଛି ।

ନିକଟରେ ଗୀତର ଟିଜରକୁ ଲଞ୍ଚ କରାଯାଇଛି । ଯେଉଁଥିରେ ଆଲବମ୍ ବାଦଶାହ ଲୁବୁନ ଓ ପ୍ରିଥାଙ୍କ ଦମଦାର ଡାନ୍ସର ଝଲକ ଦେଖିବାକୁ ମିଳିଛି। ଓଲିଉଡ଼ ଗାୟକ ହ୍ୟୁମାନ ସାଗର ଓ ଅନ୍ତରିକ୍ଷା ନାୟକ ଏହାର ମ୍ୟୁଜିକ୍ ଦେଇଛନ୍ତି । ଗୀତକୁ ଲେଖିଛନ୍ତି ଏ.ବି .ଅଭିଷେକ।

ଏସ ଏସ ଫିଲ୍ମସ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଟିଜରକୁ ପୋଷ୍ଟ କରାଯାଇଛି। ଖୁବ୍ ଶୀଘ୍ର ଏହାର ଫୁଲ ଆଲବମ ମଧ୍ୟ ରିଲିଜ୍ କରାଯିବ। ପୁର୍ବରୁ ଏହି ଚ୍ୟାନେଲରେ ଲୁବୁନ ଓ ପ୍ରିଥା ଙ୍କ ରିଲିଜ୍ ହୋଇଥିବା ଆଲବମ୍ ”ଯମୁନା ଯିବାକୁ ମତେ ହୋଇଛି ମନା” ଦର୍ଶକଙ୍କୁ ବେସ୍ ପସନ୍ଦ ଆସିଥିଲା । ଯାହାକୁ ୟୁଟ୍ୟୁବରେ ଏ ପର୍ଯ୍ୟନ୍ତ ୧୮ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।  ତେବେ ପ୍ରିଥାଙ୍କ ସହ ଲୁବୁନଙ୍କ ଏହି ନୂଆ ଭିଡ଼ିଓ ଲୋକଙ୍କ ମନକୁ କେତେ ଛୁଇଁ ପାରିବ ତାହା ଦେଖିବାକୁ ବାକି ରହିଲା ।

0
0

Leave a Reply

Your email address will not be published. Required fields are marked *