ଆସିଲା ସିଦ୍ଧାର୍ଥଙ୍କ ପୁରୁଣା ଗୀତର ନୂଆ ଭରସନ୍ ‘ମୋ ଜୀବନସାଥୀ’

ଭୁବନେଶ୍ୱର: ପ୍ରେମ ସପ୍ତାହରେ ରିଲିଜ୍ ହୋଇଛି ନୂଆ ରୋମାଣ୍ଟିକ ଗୀତ ‘ ଜୀବନ ସାଥୀ ‘ । ବାବୁଭାଇ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ସୁନ୍ଦର୍ ଗୀତ ଏବେ ଲୋକଙ୍କ ମନ ଜିତିବାରେ ଲାଗିଛି । ୨୦୦୫ରେ ଆସିଥିବା ‘ବାବୁ ଆଇ ଲଭ୍ ୟୁ’ ଫିଲ୍ମର ‘ମତେ ମିଳିଗଲା ମୋ ଜୀବନ ସାଥି ‘ ର ଗୀତକୁ ରିକ୍ରିଏଟ୍ କରି ଏହାକୁ ପ୍ରସ୍ତୁତ କରାଯାଇଛି । ସିଦ୍ଧାର୍ଥ ଓ ଅନୁ ଚୌଧୁରିଙ୍କ ଅଭିନୀତ ଏହି ଗୀତ ଆଜି ବି ଲୋକଙ୍କ ମନରେ ଘର କରି ରହିଛି । ଯାହାକୁ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ସମ୍ବିତ ମହାନ୍ତି । ନୂଆ ଅନ୍ଦାଜରେ ନିଜ ସ୍ଵରରେ ଅତି ସୁନ୍ଦର୍ ଭାବେ ଗୀତଟିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଓ ସ୍ଵୟମ୍ ପାଢ଼ୀ। ଯାହାର ଲିରିକ୍ସ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସମ୍ବିତ କୁମାର୍ ମହାନ୍ତି ।

ଏହି ଭିଡିଓର ମୁଖ୍ୟ ଭୂମିକାରେ ପ୍ରଦୋଷ ଓ ବିଶ୍ୱରୁପାଙ୍କ ସୁନ୍ଦର୍ କେମେଷ୍ଟ୍ରୀକୁ ଦେଖିବାକୁ ମିଳିଛି । ଭିଡ଼ିଓର ଅନ୍ୟାନ୍ୟ ଭୁମିକାରେ ଅନିଲ, ସୋନି , ଶିବା ଓ ଲଲିତଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଗୀତ ଆଉ ଅଭିନୟ ସହିତ ଲୁଚି ରହିଛି ଗୋଟେ ସୁନ୍ଦର୍ କାହାଣୀ ଯାହା ଦର୍ଶକଙ୍କୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମଜବୁର୍ କରୁଛି । ତେବେ ଗୀତ ଭିତରେ ଅଭିଷେକ ଓ ପିଣ୍ଟୁ , ନେଇ ଆସିଥିବା ଏହି  ଭିନ୍ନ ଓ ନୂଆ କନ୍ସସେପ୍ଟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ପୁରୁଣା ଗୀତର ଏହି ନୂଆ ଭରସନ୍ ଲୋକଙ୍କୁ ବେସ୍ ପସନ୍ଦ ଆସିଛି । ତେବେ ଖାସ୍ କଥା ଏହା ଯେ ଭିଡିଓଟି ୟୁଟ୍ୟୁବରେ ଅପଲୋଡ଼ ହେବାର କିଛି ଘଣ୍ଟା ଭିତରେ ଲୋକଙ୍କ ଖୁବ୍ ଭଲପାଇବା ସାଉଁଟିଛି। ମାତ୍ର ୨ଦିନ ଭିତରେ ଏହି ଭିଡିଓକୁ ୪ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି ।

0
0

Leave a Reply

Your email address will not be published. Required fields are marked *