ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଏହି ଫିଲ୍ମ ଦେଖିବେ ଦର୍ଶକ…..

ଭୁବନେଶ୍ଵର: ଫିଲ୍ମର ଟାଇଟଲ ଯେତିକି ଭିନ୍ନ ସେତିକି ହି ଭିନ୍ନ ରହିଛି ଫିଲ୍ମର କାହାଣୀ । ଭିନ୍ନ କାହାଣୀ ସହିତ ସିନେମାରେ ବନ୍ଧୁତ୍ବ ଓ ପାରିବାରିକ ବନ୍ଧନକୁ ସୁନ୍ଦର୍ ଭାବେ ପରିବେଷଣ କରାଯାଇଛି । ଯେଉଁଥିରେ ଦର୍ଶକଙ୍କ ପାଇଁ ଭାରି ରହିଛି ଭରପୁର ଡ୍ରାମା ଓ ଇମୋସନ୍ । ଏହି ଫିଲ୍ମର ଖାସ କଥା ରହିଛି ଏହାର ସମ୍ବଲପୁରୀ ଭାଷା । ଓଡ଼ିଆ ସହିତ ଏହି ଫିଲ୍ମକୁ ସମ୍ବଲପୁରୀ ଭାଷାରେ ମଧ୍ୟ ରିଲିଜ୍ କରାଯିବ । ପ୍ରଥମ ଥର ପାଇଁ ସମ୍ବଲପୁରୀ ଦର୍ଶକଙ୍କ ପାଇଁ ସମ୍ବଲପୁରୀ ଭାଷାରେ ଫିଲ୍ମକୁ ରିଲିଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀ ବିରବଲ୍ ଏଣ୍ଟର୍ଟରମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ରୋହନ ଗର୍ଗ ଯାହାଙ୍କୁ ନିକଟରେ ଆସିଥିବା ଫିଲ୍ମ ‘ ଡଟପେନ୍ ‘ ରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ରୋହନଙ୍କ  ସହିତ ଫିଲ୍ମରେ ନବାଗତା ଅଭିନେତ୍ରୀ ପୂର୍ଣ୍ଣିମା ବରାଳଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ସହଯୋଗୀ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା , ପ୍ରିଥ୍ୟୁରାଜ ନାୟକ , ପ୍ରତିଭା ପଣ୍ଡା , ନମିତା ଦାସ୍ , ବେବି ପ୍ରଧାନ, ଯୋଗେଶ ଜୋଜୋ, ଅମର ମହାପାତ୍ର , ରୋସନ୍ ଭରଦ୍ୱାଜ , ପ୍ରତାପ ସୁମନ ମହାରଣା ଭଳି ପ୍ରମୁଖ ଅଭିନେତା ଅଭିନୟ କରିଛନ୍ତି ।

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ତ୍ରିପତି ସାହୁ । ପ୍ରଯୋଜକ ରହିଛନ୍ତି ନିଜେ ରୋହନ ଗର୍ଗ । କାହାଣୀ ଲେଖିଛନ୍ତି  ଗଣେଶ ରାମ ଅଗ୍ରୱାଲ ଓ ଡ. ନିର୍ମଳ ନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଫିଲ୍ମଟି ଫେବ୍ରୁଆରୀ ୯ତାରିଖରେ ଓଡ଼ିଶାର ସମସ୍ତ ହଲ୍ ରେ ମୁକ୍ତିଲାଭ କରିବାକୁ ଯାଉଛି ।ଓଡ଼ିଆ ସହିତ ଫିଲ୍ମଟି ସମ୍ବଲପୁରୀ ଭାଷାରେ ରିଲିଜ୍ ହେଉଥିବା ନେଇ ଦର୍ଶକଙ୍କୁ ଟିମର ଏହି ଭିନ୍ନ ପ୍ରୟାସ ନିହାତି ପସନ୍ଦ ଆସିବ ବୋଲି ଆଶାବାଦୀ ଅଛନ୍ତି ଫିଲ୍ମର ସମସ୍ତ ଟିମ୍ ।

0
0

Leave a Reply

Your email address will not be published. Required fields are marked *