ପରଦାକୁ ଆସୁଛି ନୂଆ କାହାଣୀ ‘ନିର୍ଣ୍ଣୟ’

ଭୁବନେଶ୍ଵର: ଗୋଟିଏ ନିର୍ଣ୍ଣୟ ଯାହା ସମ୍ପୂର୍ଣ୍ଣ ଜୀବନକୁ ବଦଳେଇଦେଇଥାଏ। ଯାହାର ପରିଣତି କେତେବେଳେ ଭଲ ମୋଡ଼ ନେଇଥାଏ ତ ଆଉ କେତେବେଳେ ଗୋଟିଏ ନିର୍ଣ୍ଣୟ ପାଲଟି ଯାଏ ପଶ୍ଚାତାପ୍। ସେହିଭଳି କିଛି ନୂଆ କାହାଣୀକୁ ଦର୍ଶକଙ୍କ ସାମ୍ନାକୁ ନେଇ ଆସିଛନ୍ତି ନିର୍ଦ୍ଦେଶକ ଟିକି ପଟ୍ଟନାୟକ । ଯାହାର ଟାଇଟଲ ରଖାଯାଇଛି ‘ ନିର୍ଣ୍ଣୟ ‘ । ଯେଉଁଥିରେ ଜୀବନରେ ନିଆଯାଇଥିବା କିଛି ନିଷ୍ପତି ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଅବାସ୍ତବ ପରିସ୍ଥିତି ସୃଷ୍ଟି କରିଛି । ଜୀବନର ପ୍ରତ୍ୟେକ ଅଧ୍ୟାୟର କେବଳ ଏକ ସୁନ୍ଦର୍ ଶେଷ ରହିଛି ତାହା ନୁହେଁ । ଗୋଟିଏ ନିଷ୍ପତି କେମିତି ଗୋଟିଏ କ୍ଷଣିରେ ଜୀବନ ବଦଳେଇ ଦେଇପାରେ ତାକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ।

ତେବେ ଏହି ଫିଲ୍ମର ମୁଖ୍ୟ ଭୂମିକାରେ  ଅଭିନେତ୍ରୀ ସୂର୍ୟମୟୀ ମହାପାତ୍ର , ନୈନା ଦାସ୍ , ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ , ସୁକାନ୍ତ ରଥ, ପ୍ରିଥିରାଜ୍ ଶତପଥୀ, ସ୍ଵସ୍ତିକ ଚୌଧୁରୀ, ଚୌଧୁରୀ ଜପ୍ରକାଶ ଦାସ୍, ଅଭିଜିତ ଦାସ୍, ଭାସ୍ଵତି ବାସୁ, ବିଜୟିନୀ ମିଶ୍ର , ପୂର୍ଣ୍ଣିମା ବରାଳ, ପ୍ରିୟା ବିଶୋଇ, ପୂର୍ଣ୍ଣିମା ଦାସ ଗୁପ୍ତା, ଜଗବନ୍ଧୁ ପଣ୍ଡା ଭଳି ବରିଷ୍ଠ କଳାକାର ନଜର ଆସିବେ ।

କିଛି ନୂଆ ଚିନ୍ତାଧାରାରେ ପ୍ରସ୍ତୁତ ଏହି ଫିଲ୍ମର କାହାଣୀକୁ ଲେଖିଛନ୍ତି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ସୁମିତ୍ ପଣ୍ଡା । ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା ଭାର ତୁଲାଇଛନ୍ତି ଟିକି ପଟ୍ଟନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ ଓ ଗୌରବ ଆନନ୍ଦ। ଲିରିକ୍ସ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା। ଶ୍ରଦ୍ଧା ସବୁରି ପ୍ରଡକ୍ସନ ବ୍ୟାନରରେରେ ପ୍ରସ୍ତୁତ ଏହି ଫିଲ୍ମକୁ ଖୁବଶିଘ୍ର ରିଲିଜ୍ କରାଯିବ।

0
0

Leave a Reply

Your email address will not be published. Required fields are marked *