ରିଲିଜ୍ ହେଲା ନୂଆ ମ୍ୟୁଜିକ ଭିଡିଓ ‘କମରିୟା’

ଭୁବନେଶ୍ୱର: ରିଲିଜ୍ ହୋଇଛି ସାରଦା ପ୍ରସନ୍ନଙ୍କ ନିର୍ମିତ ଏକ ଭିନ୍ନ ଧରଣର ଗୀତ, ଯାହାର ନା ରହିଛି ‘ କମରିୟା ‘ । ଯାହାକୁ ନେଇ ବର୍ତ୍ତମାନ୍ ଚାରିଆଡେ ଖୁବ୍ ଜୋର ସୋର ଚର୍ଚ୍ଚା ଜାରି ରହିଛି । ପ୍ରଭାତି କ୍ରିଏସନ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ମ୍ୟୁଜିକ୍ ଡାନ୍ସ ଭିଡିଓକୁ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ମୁଖ୍ୟ ଭୂମିକାରେ ସଞ୍ଜୟ, ସିମରନ୍ ଓ ଖଳନାୟକ ଚରିତ୍ରରେ ବନୀ ଅଭିନୟ କରିଛନ୍ତି।  ଖାସ୍ କଥା ଏହା ଯେ ଏହି ମ୍ୟୁଜିକ୍ ଭିଡିଓରେ ଡାନ୍ସ ବ୍ୟତିତ ଫାଇଟ, ଆକ୍ସନ ଓ ରୋମାନ୍ସ ବି ଦେଖିବାକୁ ମିଳିଛି।  ଭିଡିଓରେ ସିମରନ୍ ଓ ସଞ୍ଜୟଙ୍କ ଭିତରର କେମେଷ୍ଟ୍ରୀ ଓ ଜବରଦସ୍ତ ଡାନ୍ସ ଏହି ମ୍ୟୁଜିକ୍ ଭିଡିଓକୁ ଦୁଇଗୁଣ କରିଛି ।
‘କମରିୟା’ ଭିଡିଓରେ କୁଲଦୀପ ପଟ୍ଟନାୟକଙ୍କ ସ୍ଵର ଦର୍ଶକଙ୍କୁ ବେସ୍ ପସନ୍ଦ ଆସିଛି । ସମ୍ବିତ କୁମାର୍ ମହାନ୍ତି ଏହି କାହାଣୀର ନିର୍ଦ୍ଦେଶନା ଦେବା ସହ ଏହାର ଲିରିକ୍ସ ମଧ୍ୟ ଲେଖିଛନ୍ତି । ଏହି ଗୀତ ୟୁଟ୍ୟୁବରେ ଅପଲୋଡ଼ ହେବାର ଅଳ୍ପ ସମୟ ମଧ୍ୟରେ ଭାଇରାଲ ହେବା ସହ ସୋସିଆଲ୍ ମିଡ଼ିଆରେ ଟ୍ରେଣ୍ଡ କରୁଥିବାର ଦେଖିବାକୁ ମିଳିଛି ।

0
0

Leave a Reply

Your email address will not be published. Required fields are marked *