ମନରେ ଅସୁମାରି ସ୍ବପ୍ନ ନେଇ ଆସୁଛି ‘ସୁନୟନା’

ଭୁବନେଶ୍ଵର: କାହାଣୀ ହସକୁରୀ ସୁନା ଝିଅର । ପାଠ ସିନା କମ୍ ପଢିଛି ହେଲେ ମନରେ ଭରି ରହିଛି ତାର ଅସୁମାରି ସ୍ବପ୍ନ । ହେଲେ ସତରେ କଣ ତାର ସବୁ ସ୍ବପ୍ନ ସତ ହେବ ? ସତରେ କଣ ସେ ତାର ସବୁ ସ୍ୱପ୍ନକୁ ପୁରଣ କରିପାରିବ ଆଉ ପାଇ ପାରିବ ତାର ସ୍ୱପ୍ନର ରାଜକୁମାରକୁ ?

କିଛି ନୂଆ ଓ ଭିନ୍ନ କାହାଣୀ ସହିତ ଏହି ଭାଲେନଟାଇନ୍ ସପ୍ତାହରେ ଦର୍ଶକଙ୍କ ପାଇଁ ସିଦ୍ଧାର୍ଥ ଟିଭି ଆଣିବାକୁ ଯାଉଛି ନୂଆ ମେଗା ଧାରାବାହିକ ` ସୁନୟନା ‘ ।କାହାଣୀ ପ୍ରେମ ଓ ସଂଘର୍ଷର। ଯେଉଁଥିରେ ଦର୍ଶକ ଦେଖିବାକୁ ପାଇବେ କିଛି ନୂଆ ଓ ଭିନ୍ନ ଧରଣର କାହାଣୀ ଯେଉଁଥିରେ ଭରିରହିଛି ଭରପୁର ଡ୍ରାମା ,ଭଲପାଇବା ଆଉ ଇମୋସନ । ଏହି ଧାରାବାହିକର ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଆଶିଷ ଦାସ୍ ଓ ସୀମା। ଯାହା ଶୁଭାରମ୍ଭ ହେବାକୁ ଯାଉଛି ଆସନ୍ତା ଫେବୃଆରୀ ୧୨ତାରିଖ ସନ୍ଧ୍ୟା ୭:୩୦ରେ । ତେବେ ଏହି ନୂଆ ଧାରାବାହିକର କାହାଣୀ ଆଗକୁ କେଉଁ ରୂପ ଓ ମୋଡ଼ ନେବ ତାହା ଦେଖିବାକୁ ହେଲେ ଆପଣଙ୍କୁ ସିଦ୍ଧାର୍ଥ ଟିଭି ସହ ଯୋଡି ହୋଇରହିବାକୁ ପଡିବ ।

0
0

Leave a Reply

Your email address will not be published. Required fields are marked *