ପ୍ରେମ ସପ୍ତାହରେ ଫିଲ୍ ହେବ ପ୍ୟାର ୱାଲା ମାହୋଲ୍…

ଭୁବନେଶ୍ଵର: ଏବେ ପ୍ରେମ ସପ୍ତାହରେ ହେବ ପ୍ୟାର ୱାଲା ଫିଲ। ମାହୋଲ୍ ହେବ ପୁରା ଗରମ ଆଉ ଦର୍ଶକ ହେବେ ମତୁଆଲା । ନିକଟରେ ରିଲିଜ୍ ହୋଇଯାଇଛି ନୂଆ ଡାନ୍ସ ଆଲବମ୍ ‘ ଫିଲ ହେଲା ପ୍ୟାର ୱାଲା ‘ । ଯାହାକୁ ନେଇ ଦର୍ଶକଙ୍କ ଭିତରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆ ସାରା ବର୍ତମାନ ଗୀତଟି ଛାଇବାରେ ଲାଗିଛି ।

ଭିଡିଓରେ ମୁଖ୍ୟ ଭୂମିକାରେ ଜୟଦେବ , ମନ୍ମୟ, ପ୍ରଲୁ ଓ ନେହା ନଜର ଆସିଛନ୍ତି ।  ଭିଡିଓରେ  ଡାନ୍ସକୁ ଛାଡି କିଛି ନୂଆ କନ୍ସସେପ୍ଟ ନେଇ ଆସିଛନ୍ତି ନିର୍ଦ୍ଦେଶକ ପପୁ ସାହୁ। ଗୀତରେ କୋରିଓଗ୍ରାଫର୍ ଫିରୋଜଙ୍କ ଡାନ୍ସ ଷ୍ଟେପରେ ମନ୍ମୟ , ନେହା ଓ ଜୟଦେବଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି ।

ଖାସ୍ କଥା ଏହା ଯେ ଗୀତରେ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ସ୍ଵରକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଯାହାକୁ ୨୦୨୪ ର ନମ୍ୱର ୧ ଡାନ୍ସ ନମ୍ୱର ହେବ ବୋଲି କୁହାଯାଉଛି । ଅଭିନାଶ ମିଶ୍ର ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ସୁମିତ ମହାରଣା । ଓଡ଼ିଶା ରେକର୍ଡସ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓକୁ ଅପଲୋଡ଼ କରାଯାଇଅଛି । ଯାହା ଅପଲୋଡ଼ ହେବାର ମାତ୍ର ୨ଦିନ ଭିତରେ ୨ଲକ୍ଷ୍ୟ ରୁ ଅଧିକ ଦର୍ଶକ ଦେଖିସାରିଲେଣି।

0
0

Leave a Reply

Your email address will not be published. Required fields are marked *