ପ୍ରେମ ସପ୍ତାହରେ ମୁକ୍ତିଲାଭ କଲା ତ୍ରିକୋଣୀୟ ପ୍ରେମକାହାଣୀ’ କେମିତି ଏ ସମ୍ପର୍କ ‘

ଭୁବନେଶ୍ଵର: ଚାଲିଛି ପ୍ରେମ ସପ୍ତାହର ଋତୁ। ଚାରିଆଡେ ଛାଇରହିଛି ପ୍ରେମର ମାହୋଲ। ଆଉ ସେହି ପ୍ରେମ ଭରା ମାହୋଲ୍ ଭିତରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଫିଲ୍ମ ‘କେମିତି ଏ ସମ୍ପର୍କ’। ଏକ ପାରିବାରିକ କାହାଣୀକୁ ନେଇ ଗତିଶୀଳ ଏହି ଫିଲ୍ମରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ ସମ୍ପର୍କ। ଯାହାର ମୁଖ୍ୟ ଭୂମିକାରେ ରହିଛନ୍ତି ଅଭିନେତା ଆକାଶ ଦାସ୍, ଏଲିନା ସାମନ୍ତରାୟ ଓ ଲିପ୍ସା ମିଶ୍ର । ଏହି ଫିଲ୍ମଟିକୁ ଓଡ଼ିଶାର ୨୫ଟି ସିନେମା ହଲରେ ମୁକ୍ତିଲାଭ କରାଯାଇଛି ।

ଜେଜେଏନଜେ ବ୍ୟାନରରେ ନିର୍ମିତ ଫିଲ୍ମର ପ୍ରଥମ ପ୍ରିମିଅର ସୋ ଭୁବନେଶ୍ଵର ସ୍ଥିତ ସ୍ଵାତି ସିନେକମ୍ପ୍ଲେକ୍ସରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆକାଶ, ଏଲିନା, ଲିପ୍ସା ଙ୍କ ସମେତ ପ୍ରଦ୍ୟୁମ୍ନ ଲେଙ୍କା , ଜୀବନ ପଣ୍ଡା , ଅଶିତ ପତି, ଉଷସୀ ମିଶ୍ର, ମମତା ଦାଶ , ନମିତା, ଶିବପୂଜାପଣ୍ଡା , ଜ୍ଞାନ ବାରିକ , ନିର୍ଦ୍ଦେଶକ ହିମାଂଶୁ ପରିଜା , ପ୍ରଯୋଜକ ରୁପେଶ କୁମାର୍ ନାୟକ , ପ୍ରମୁଖ ଦର୍ଶକମାନଙ୍କ ସହ ଏକାଠି ବସି ସିନେମାଟିକୁ ଦେଖିଥିଲେ ।

ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଭରିରହିଛି ଭରପୁର ରହସ୍ୟ ,ରୋମାଞ୍ଚ ଓ ସଂଘର୍ଷ। ଯାହାକୁ ଯୁବଦର୍ଶକଙ୍କ ଖୁବ୍ ଭଲପାଇବା ମିଳୁଛି । ଉଲ୍ଲେଖ ଥାଉ ଯେ ପ୍ରଯୋଜନା ଦାୟିତ୍ଵରେ ଥିବା ରୂପେଶ କୁମାର୍ ନାୟକଙ୍କର ଏହା ପ୍ରଥମ ଫିଲ୍ମ । ଯେଉଁଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ସେହିପରି ଫିଲ୍ମର ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ରାଜେଶ୍ ଦାସ ଓ କୋରିଓଗ୍ରାଫି ଦେଇଛନ୍ତି ଲୁବୁନ୍ ଟୁବୁନ୍ । ଫିଲ୍ମର ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ୍ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର , ନମିତା ଦାସ , ଗୁଡ୍ଡୁ, ସନ୍ତୁ, ମିଳନ , ସବିତା , ମମତା , ଜ୍ଞାନ, ଭକ୍ତି,ଶିବ ପୂଜାପଣ୍ଡା ଓ ଲତଶା ଖୁରାନା ନଜର ଆସିଛନ୍ତି ।

0
0

Leave a Reply

Your email address will not be published. Required fields are marked *