ପ୍ରେମ ସପ୍ତାହରେ ମୁକ୍ତିଲାଭ କରିଲା ଫିଲ୍ମ ‘ ଆଶିକ୍ ସରେଣ୍ଡର୍ ହେଲା ‘


ଭୁବନେଶ୍ଵର : ଚାଲିଛି ପ୍ରେମର ଋତୁ । ଚକ୍ଲେଟ ଡେ, ପ୍ରପୋଜ୍ ଡେ ପରେ ଆଗକୁ ଆସୁଛି ପ୍ରେମର ଦିନ ଭାଲେଣ୍ଟାଇନ୍ ଡେ । ଆଉ ଏହି ଭାଲେଣ୍ଟାଇନ୍ ଡେ ଅବସରରେ ମୁକ୍ତିଲାଭ କରିଛି ରାଜା ଡିଙ୍କ ନୂଆ ରୋମାଣ୍ଟିକ ଫିଲ୍ମ ‘ ଆଶିକ୍ ସରେଣ୍ଡର୍ ହେଲା ‘। ଫିଲ୍ମଟିକୁ ଫେବୃଆରୀ ୯ତାରିଖରେ ଓଡ଼ିଶାର ବିଭିନ୍ନ ହଲରେ ରିଲିଜ୍ କରାଯାଇଛି। କିଛିନୂଆ କାହାଣୀ ସହିତ ଏହି ଫିଲ୍ମରେ ଭରିରହିଛି ଭରପୁର ଲଭ , ରୋମାନ୍ସ, ଡ୍ରାମା ,ଡାନ୍ସ ଓ ଇମୋସନ୍।

ଭୁବନେଶ୍ୱରର ସିନେ ପଲିସଠାରେ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ରିଲିଜ କରାଯାଇଛି । ବିଶ୍ୱାସ ପ୍ରଡକ୍ସନ ଓ ତରଙ୍ଗ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମାଣ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି. । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୀତିକାର ପ୍ରେମ ଆନନ୍ଦ ।

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସମ୍ଭବ ମାନସିଂହ ଓ ନାୟିକା ଭୂମିକାରେ ଜୟା ବିଶ୍ୱାସ ଅଭିନୟ କରିଛନ୍ତି ।ସେହିପରି ଅନ୍ୟ ସହଯୋଗୀ ଭୂମିକାରେ ସ୍ୱର୍ଗତ ବରିଷ୍ଠ ଅଭିନେତା ମିହିର ଦାସ, ବଣ୍ଟି, ମନୋଜ ମିଶ୍ର, ଅଭିନେତ୍ରୀ ପିଆଲିଙ୍କ ଭଳି ଅନେକ ଜଣାଶୁଣା କଳାକାର ଏଥିରେ ଅଭିନୟ କରିଛନ୍ତି ।

ସିନେମାଟିରେ ପରିବାର ଓ ପ୍ରେମ କାହାଣୀକୁ ନେଇ ଭିନ୍ନ ଏକ ଧରଣର ଫିଲ୍ମ ଦେଖିବାକୁ ପାଇବେ ଦର୍ଶକ ।ଫିଲ୍ମରେ ଗୀତିକାର ପ୍ରେମାନନ୍ଦ ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯାହାକୁ ନେଇ ଦର୍ଶକ ଙ୍କ ଭିତରେ ବେସ୍ ଉତ୍ସାହ ଦେଖିବାକୁ ମିଳିଛି। ତେଣୁ ଭରପୁର କାହାଣୀ ସହ ସଙ୍ଗୀତର ଧାରାକୁ ନେଇ ପ୍ରସ୍ତୁତ ଏହି ସିନେମା ନିଶ୍ଚୟ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା

0
0

Leave a Reply

Your email address will not be published. Required fields are marked *