U/A ସାର୍ଟିଫିକେଟ ପ୍ରାପ୍ତ କଲା ନୂଆ ଓଡ଼ିଆ ଫିଲ୍ମ ‘ତ୍ରିକନ୍ୟା’

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୮ତାରିଖରେ ମହିଳା ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ଅନୁପମ ପଟ୍ଟନାୟକଙ୍କ ନୂଆ ଓଡିଆ ଚଳଚ୍ଚିତ୍ର  ‘ତ୍ରିକନ୍ୟା’ । ପ୍ରତୀକ୍ଷା ଫିଲ୍ମ ର ସଫଳତା ପରେ ଅନୁପମ ପଟ୍ଟନାୟକଙ୍କ ଏହା ଦ୍ଵିତୀୟ ଚଳଚ୍ଚିତ୍ର । ତିନିଜଣ ଯୁବତୀଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ ‘ତ୍ରିକନ୍ୟା ‘।  ତେବେ ନିକଟରେ ଏହି ଫିଲ୍ମକୁ U/A ସାର୍ଟିଫିକେଟ ପ୍ରାପ୍ତ ହୋଇଛି । ଏବେ ଫିଲ୍ମର ଏହି କାହାଣୀକୁ ଛୋଟଠୁ ନେଇ ବଡ଼ ପର୍ଯ୍ୟନ୍ତ ସବୁବର୍ଗର ଲୋକେ ଦେଖିପାରିବେ । ତେବେ ଫିଲ୍ମ ପ୍ରତୀକ୍ଷା ଭଳି ଏହାର କାହାଣୀକୁ ବି କିଛି ଭିନ୍ନ କରି ଦର୍ଶାଯାଇଛି।  ଯେଉଁଥିରେ ଆଜିର ସମାଜରେ ମହିଳାମାନେ ସହି ଆସୁଥିବା ସଂଘର୍ଷର କାହାଣୀକୁ ଦେଖିବାକୁ ପାଇବେ ଦର୍ଶକ ।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ, ଶ୍ରଦ୍ଧା ପାଣିଗ୍ରାହୀ, ନିଭି, ମନୋଜ ମିଶ୍ର , ପାର୍ଥ ସାରଥି ରାୟ, ସୁକାନ୍ତ ରଥ ଙ୍କ ଭଳି ଅନେକ ଅନୁଭବି କଳାକାର ମାନଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିବ ।ଫିଲ୍ମର କାହାଣୀକୁ ଲେଖିଛନ୍ତି ମାନସ ପଢ଼ିଆରୀ । ତେବେ କିଛି ନୂଆ ଓ ଭିନ୍ନ କାହାଣୀ ସହିତ ଅମିୟ ପଟ୍ଟନାୟକଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ତ୍ରିକନ୍ୟା’କୁ ‘ ପ୍ରତୀକ୍ଷା ‘ ଫିଲ୍ମ ଭଳି ଦର୍ଶକଙ୍କ ଖୁବ୍ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି। 

0
0

Leave a Reply

Your email address will not be published. Required fields are marked *