“ହିରୋ ନୁହେଁ ଏଥର ଭିଲେନ୍ ଲୁକରେ ନଜର ଆସିବେ ଅର୍ଦ୍ଧେନ୍ଦୁ”

ଭୁବନେଶ୍ୱର: ସାଉଥ୍ ମୁଭିର ମଜା ଏବେ ଓଲିଉଡ଼ ରେ ଦେଖିବାକୁ ପାଇବେ ଦର୍ଶକ । ସାଉଥ୍ ଫିଲ୍ମ ” କେଜିଏଫ୍ ” “ସାଲାର” ଭଳି ଆକ୍ସନ ଫିଲ୍ମ ଯାହାକୁ ଲୋକେ ବେସ୍ ଆଗ୍ରହ ସହକାରେ ଦେଖିବାକୁ ପସନ୍ଦ କରୁଛନ୍ତି । ସେହିଭଳି ଏକ ଗ୍ୟାଙ୍ଗଷ୍ଟାରର ସିନେମାକୁ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ କେ ମୁରଲୀକିଶନ । ଆଦିଲକ୍ଷ୍ମୀ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ନାଁ ରହିଛି “VILLIAN” । ଆଦିକାନ୍ଦ ସାହୁ ଏହି ଫିଲ୍ମର ପ୍ରଯୋଯନା ଭାର ସମ୍ଭାଳିଛନ୍ତି ।

maxresdefault 2

ଜାନୁଆରୀ ୧ରେ ଫିଲ୍ମର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଯେଉଁଥିରେ ଅରେନ୍ଧୁଙ୍କୁ ମାଫିଆ ଲୁକରେ ଦେଖିବାକୁ ମିଳିଛି। ଅର୍ଦ୍ଧେନ୍ଦୁଙ୍କ ସହିତ ଫିଲ୍ମରେ ନାୟିକା ଭୂମିକାରେ ତମ୍ମନା ରହିଛନ୍ତି। ଫିଲ୍ମର ଅଧିକାଂଶ ସୁଟିଂ ପାରାଦ୍ଵୀପରେ ସୁଟ କରାଯାଇଛି । ଆଉ କିଛି ଗୀତର ସୁଟିଂ ମନାଲି ରେ ସୁଟ୍ ହୋଇଛି। ଖୁବ ଜୋର୍ସୋର୍ ରେ ଫିଲ୍ମର ସୁଟିଂ କାମ ଚାଲୁଅଛି । ଅର୍ଦ୍ଧେନ୍ଦୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ରେ ସୁଟିଂ ସମୟର ଅନେକ ଫଟୋ ମଧ୍ୟ ସେୟାର କରୁଛନ୍ତି।

ଅର୍ଦ୍ଧେନ୍ଦୁ ଓ ତମ୍ମନାଙ୍କ ସହିତ ଫିଲ୍ମର ଅନ୍ୟ ଭୂମିକାରେ ଉଷସୀ ମିଶ୍ର, ବବି ମିଶ୍ର ,ସମରେଶ ରାଉତରାୟ ,ସୁଜିତ୍ ପାଇକରାୟ,ରାଜୁ ଦାସ, ଉଦିତ ଗୁରୁ ଭଳି ଅନେକ କଳାକାର ଅଭିନୟ କରିବାର ନଜର ଆସିବେ ।

Snapinsta.app 404648730 6249461248487889 2989617085975028929 n 1080

ହାଏ ବଜେଟରେ ପ୍ରସ୍ତୁତ ଏହି ଫିଲ୍ମରେ ଭରିରହିଛି ଭରପୁର ଆକ୍ସନ୍ ଆଉ ଡ୍ରାମା । ଫିଲ୍ମରେ ଦର୍ଶକ ସେଇ ସାଉଥ୍ ଫିଲ୍ମର, ଦମଦାର ଆକ୍ସନ, ଡାଇଲଗ ଓ ଇମୋସନ୍ ଦେଖିବାକୁ ପାଇବେ । ଖୁବ୍ ଜୋରସୋରରେ ବର୍ତ୍ତମାନ ଫିଲ୍ମର ସୁଟିଂ କାମ ଆଗେଇ ଚାଲିଛି। ଆସନ୍ତା ରଜବଜାରରେ ଏହି ଫିଲ୍ମଟି ମୁକ୍ତିଲାଭ କରିବାକୁ ଯାଉଛି।

0
0

Leave a Reply

Your email address will not be published. Required fields are marked *