ଅନ୍ତର୍ଜାତୀୟ ନାଟ୍ୟ ମହୋତ୍ସବରେ ସାମିଲ୍ ହେଲା ଓଡ଼ିଆ ନାଟକ ‘ଆଷାଢ଼ରେ ଦିନେ’

ଭୁବନେଶ୍ଵର: ଆଜିର ଆଧୁନିକ ଜମାନାରେ ରିଲ୍, ଓଟିଟି, ସୋସିଆଲ ମିଡିଆ ଆସିଯାଇଛି ସତ କିନ୍ତୁ ଆଜିବି ସେଇ ନାଟକର ମହତ୍ତ୍ଵ ବଞ୍ଚିକରି ରହିଛି । ଏହାରି ଭିତରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ନିଜର ୨୫ତମ ଅନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ‘ଭାରତ ରଙ୍ଗ ମହୋତ୍ସବ’ କୁ ପାଳନ କରୁଛି । ଯେଉଁଥିରେ ବିଭିନ୍ନ ରାଜ୍ୟର କଳାକାରମାନଙ୍କ ନାଟକ ମଞ୍ଚସ୍ଥ ହେଉଛି ।ଦେଶର ବିଭିନ୍ନ ରାଜ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇସାରିଛି । ଯେଉଁଠି ରାଜ୍ୟର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଭାଷାରେ ନାଟକ ପରିବେଷଣ କରାଯାଉଛି । ମୋଟ ଉପରେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ୧୫୦ନାଟକ ପ୍ରଦର୍ଶନ ହେବାକୁ ଯାଉଛି ।

ସେହି ୧୫୦ନାଟକ ଭିତରେ ସାମିଲ୍ ରହିଛି ଓଡ଼ିଆ ନାଟକ ‘ ଆଷାଢରେ ଦିନେ ‘ । ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ନାଟକ ‘ ଆଷାଢରେ ଦିନେ ‘ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଦ୍ଵାରା ଆୟୋଜିତ ଅନ୍ତର୍ଜାତୀୟ ନାଟ୍ୟ ମହୋତ୍ସବରେ ସ୍ଥାନ ପାଇପାରିଛି । ଏହି ନାଟକ ଲେଖକ ମୋହନ ରାକେଶଙ୍କ ପ୍ରସିଦ୍ଧ ନାଟକ ‘ ଆଷାଢ଼ କେ ଏକ ଦିନ୍ ‘ ର ରୂପାନ୍ତରିତ ସଂସ୍କରଣ ଅଟେ। ନାଟକରେ କବି କାଳିଦାସଙ୍କ ପ୍ରେମ କାହାଣୀ ଓ ତାଙ୍କ ପରବର୍ତ୍ତୀ ମୁହୂର୍ତ୍ତର ସଂଘର୍ଷ , ସନ୍ଦେହ ଏବଂ କିଛି ଅଭୁଲା ସ୍ମୃତିକୁ ଦର୍ଶାଯାଇଛି ।

ଜୀବନରେଖା ଥିଏଟର୍ ଏହି ନାଟକକୁ ପରିବେଷଣ କରିବେ । ନାଟକର ମୁଖ୍ୟ ଭୂମିକାରେ ରୋହନ ଯାଦବ, ଶୀତଲ ପଟ୍ଟନାୟକ, ଦ୍ଵିପାନିତ୍ ଦାସମହାପାତ୍ର , ନିବେଦିତା ପାତ୍ର , ମନିମେଖଳା , ସତ୍ୟରଞ୍ଜନ, ସିଦ୍ଧିରଞ୍ଜନ, ରୌତୁଳା ଶ୍ରୀନିବାସ , ଅମରେନ୍ଦ୍ର ଶାହ, ସାଗର ମହାପାତ୍ର, ଶିବାଙ୍ଗୀ ତ୍ରିପାଠୀ ଓ ଶୁଭଶ୍ରୀ ନିଜର ସୁନ୍ଦର୍ କଳା ପ୍ରଦର୍ଶନ କରିବାର ନଜର ଆସିବେ । ଏହି ନାଟକର ସଙ୍ଗୀତ ପରିବେଷଣ କରିଛନ୍ତି ପ୍ରତାପ ରାଉତ। ଅନୁସୃଜନ ଦାୟିତ୍ବରେ ରହିଛନ୍ତି ରତ୍ନମାଳା ସ୍ୱାଇଁ । ନାଟକଟି ଫେବୃଆରୀ ୧୦ ସନ୍ଧ୍ୟା ୬ଟା ୩୦ ସମୟରେ ଇଣ୍ଡିଆ କ୍ଲବ ଆଣ୍ଡ ଥିଅଟ୍ରିକାଲ ଇନଷ୍ଟିଟ୍ୟୁସନ୍ ଦେଓଗଡ଼ ଆସାମ ରେ ପରିବେଷଣ କରାଯିବ ।

0
0

Leave a Reply

Your email address will not be published. Required fields are marked *