ଓଟିଟି ପ୍ଲାଟଫର୍ମରେ ଦର୍ଶକଙ୍କ ମନ ମୋହୁଛି ‘ବାରଙ୍ଗ ୧୯୯୯’

ଭୁବନେଶ୍ଵର: ଓଡ଼ିଶାର ଆଗ ଧାଡ଼ିର ମନୋରଞ୍ଜନ ଆପ୍ ‘କଞ୍ଚା ଲଙ୍କା’ର ନୂଆ ୱେବ୍‌ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ୧୯୯୯ ମସିହାର ବାରଙ୍ଗ ଦୁର୍ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବା ଏହି କାହାଣୀ ଆଜିବି ଲୋକଙ୍କ ମନରେ ଜୀବିତ ରହିଛି । ୧୯୯୯ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସରକାର ସମୟରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ଘଟିଥିଲା । ଯାହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଯେଉଁ ଘଟଣା ପାଇଁ ଓଡିଶା ରାଜନୈତିକ ଇତିହାସରେ ମଧ୍ୟ ପରିବର୍ତ୍ତନ ହୋଇଥିଲା । ସେହି ସମୟର ଗଣଦୁଷ୍କର୍ମ ମାମଲା ଓ ରାଜନୀତିକ ପ୍ରସଙ୍ଗ ଉପରେ ଏହାର କାହାଣୀ ଗତିଶୀଳ । ଯାହାକୁ ବର୍ତ୍ତମାନ ଦର୍ଶକଙ୍କ ଖୁବ୍ ଭଲ ପାଇବା ମିଳୁଛି ।

କଞ୍ଚାଲଙ୍କା ଆପରେ ଏହି ସିରିଜକୁ ଦର୍ଶକ ୭ଟି ଏପିସୋଡରେ ଦେଖିବାକୁ ପାଇବେ । ସିରିଜଟି ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ଦର୍ଶାଇଛି । ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍ ସିରିଜ୍ ନୁହେଁ ଏହା ନ୍ୟାୟ,ନାରୀ ଜାତିର ବର୍ଷ ବର୍ଷର ସଙ୍ଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଚ୍ଛବି ଅଟେ । ତେବେ ଏହି ୱେବ ସିରିଜ୍ ‘ ବାରଙ୍ଗ ୧୯୯୯’ର ନିର୍ଦେଶନା  ଦାୟିତ୍ବରେ ରହିଛନ୍ତି ଯୁବ ନିର୍ଦେଶକ ଅଜୟ ପାଢ଼ୀ । ସହ ପ୍ରଯୋଜକ ରହିଛନ୍ତି ହିମାଦ୍ରୀ ତନୟା ଦାସ୍। କନ୍ସସେପ୍ଟ ଲେଖିଛନ୍ତି ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖିଛନ୍ତି ସରୋଜ ମହାପାତ୍ର ଏବଂ ସଂଳାପ ଲେଖିଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ ।

ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଓଲିଉଡ ଅଭିନେତ୍ରୀ ସୁପ୍ରିୟା ନାୟକ ଅଭିନୟ କରିଛନ୍ତି । ଏଥିସହ ଏହି ସିରିଜରେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମତ୍କାର ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍‌ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ବତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ନଜର ଆସିଛନ୍ତି।

ଏହି ୱେବ୍ ସିରିଜଟି କଞ୍ଚା ଲଙ୍କା ଆପ୍ ସହିତ, ଜିଓ ଟିଭି, ଏଆରଟେଲ୍ ଏକ୍ସଷ୍ଟ୍ରିମ୍, OTT ପ୍ଲେ ଏବଂ ପ୍ଲେ ବକ୍ସ ଇତ୍ୟାଦି ସୁପର୍ ଆପ୍ ଗୁଡିକରେ ଉପଲବ୍ଧ ରହିଛି ।

0
0

Leave a Reply

Your email address will not be published. Required fields are marked *