‘ଅପରେସନ୍ ୧୨/୧୭’, ନିଆରା ଭୂମିକାରେ ନଜର ଆସିବେ ଭୂମିକା

ଭୁବନେଶ୍ୱର: ଓଲିଉଡ୍‌ରେ ପ୍ରସ୍ତୁତ ହେଉଛି ଦେଶାତ୍ମବୋଧ ସିନେମା । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଏହି ଆଗାମୀ ସିନେମାର ଟାଇଟେଲ ରହିଛି ‘ଅପରେସନ୍ – ୧୨/୧୭’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଶ୍ରେୟାନ ଓ ଭୂମିକାଙ୍କୁ ଦେଖିବାକୁ ମିଳିବ । ଜଣେ ଓଡିଆ ଯବାନଙ୍କ ପରିବାରର କାହାଣୀକୁ ନେଇ ଗତିଶୀଳ ହୋଇଛି ଏହି ଫିଲ୍ମଟି । ସତ ଘଟଣାକୁ ନେଇ ସିନେମାର କାହାଣୀଟି ପ୍ରସ୍ତୁତ ହୋଇଥିବାରୁ ଏହି ଫିଲ୍ମଟି ଓଡିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି । ଫିଲ୍ମଟିର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ ବି କରିଛନ୍ତି । ଏଥିସହ ରିଲିଜ୍ ହୋଇଥିବା ରୋମାଂଟିକ୍ ଗୀତ ‘ମୁଁ ଖୋଜିବା ଠାରୁ ପାଇଗଲି ବେଶି’କୁ ଅଧିକ ପସନ୍ଦ କରୁଛନ୍ତି ସିନେ ପ୍ରେମୀ । ଜମ୍ମୁ-କାଶ୍ମୀରରେ ଏହି ରୋମାଂଟିକ ଗୀତର ସୁଟିଂ ହୋଇଛି ।

‘ଅପରେସନ୍ – ୧୨/୧୭’ର ସୁଟିଂ ନିକଟରେ ଶେଷ ହୋଇଛି । ଏବେ ଚାଲିଛି ଏହାର ପୋଷ୍ଟ ପ୍ରଡକ୍ସନ୍ କାମ । ସିନେ ତାରକା ଭୂମିକା ଓ ଶ୍ରେୟାନ୍ ନିଜର ଏହି ଆଗାମୀ ସିନେମାର ଜୋରଦାର ପ୍ରମୋସନ୍ ବି ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ସିନେମାକୁ ନେଇ ନୂଆ ନୂଆ ତଥ୍ୟ ସେୟାର କରୁଛନ୍ତି । ଫିଲ୍ମର ସୁଟିଂ ସମୟରେ ଉଭୟ ଶ୍ରେୟାନ୍ ଓ ଭୂମିକା ଆହତ ହୋଇଥିଲେ । ତଥାପି ସିନେମାର ସୁଟିଂରେ ଏହାକୁ ନେଇ କୌଣସି ବାଧା ସୃଷ୍ଟି ହୋଇନଥିଲା । ବିନା କୌଣସି ବିଶ୍ରାମରେ ଜାରି ରଖିଥିଲେ ସୁଟିଂ ।

ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶୁଭ୍ରା ପଟ୍ଟନାୟକ । ଏଥିରେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା, ଚିନ୍ମୟୀ, ସୋନାଲି, କୈଳାଶ ପାଣିଗ୍ରାହୀ, ସୁଜାତା ଓ ଶିଶୁ କଳାକାର ସାନଭି, କିଆରା, କୋମଲ୍ ପ୍ରମୁଖ ଅଭିନୟ କରିଛନ୍ତି । ମାର୍ଚ୍ଚ ୨୨ରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ଅପରେସନ୍ – ୧୨/୧୭’ ।

2
0

Leave a Reply

Your email address will not be published. Required fields are marked *