ମନେପଡନ୍ତି ପିଣ୍ଟୁ, ଶେଷ ଚଳଚିତ୍ରରେ ପିଣ୍ଟୁଙ୍କ ସହ ଅନୁଭୂତି ସେୟାର କଲେ ଅଭିନେତ୍ରୀ ଅଙ୍କିତା

ଭୁବନେଶ୍ୱର: ଏବେ ରିଲିଜ ହୋଇଛି ଫିଲ୍ମ ମୋ କାହାଣୀରେ ତୋରି ନାଁ । ଆଉ ଏଥିରେ ଓଲିଉଡ଼ର ଲୋକପ୍ରିୟ ଅଭିନେତା ଦିବଂଗତ ପିଣ୍ଟୁ ନନ୍ଦଙ୍କୁ ଦେଖିବାକୁ ମିଳିଛି | କୁହାଯାଉଛି ଏହା ତାଙ୍କର ଶେଷ ଫିଲ୍ମ ଥିଲା | ତେବେ ପିଣ୍ଟୁଙ୍କ ସହ ଅଭିନୟ କରିବାର ଅନୁଭୂତି ସେୟାର କରିଛନ୍ତି ଫିଲ୍ମର ଅଭିନେତ୍ରୀ ଅଙ୍କିତା | ସେ କହିଛନ୍ତି ଯେ ପିଣ୍ଟୁ ନନ୍ଦଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ ଯେଉଁଥିପାଇଁ ସେ ନିଜକୁ ଖୁବ୍ ଧନ୍ୟ ମନେ କରୁଛନ୍ତି  । ପିଣ୍ଟୁ ନନ୍ଦ ଫିଲ୍ମରେ ତାଙ୍କ ବାପା ଚରିତ୍ରକୁ ଅତି ସୁନ୍ଦର ଭାବେ ଅଭିନୟ କରିଛନ୍ତି । ସିନେମାରେ ତାଙ୍କ ଅଭିନୟ ଖୁବ୍ ନ୍ୟାଚୁରାଲ ରହିଥିଲା । ଫିଲ୍ମର ପ୍ରିମିୟର ସୋ ରେ ପିଣ୍ଟୁଙ୍କୁ ଖୁବ୍ ମିସ୍ କରିଥିଲେ ଫିଲ୍ମର ପୁରା ଟିମ୍ । ଆଜି ଫିଲ୍ମ ରିଲିଜ୍ ସମୟରେ ଯଦି ସେ ଆମ ଗହଣରେ ଥାନ୍ତେ ଆଉ ହଲରେ ଫିଲ୍ମକୁ ଦେଖିଥାନ୍ତେ ତେବେ ସେ ଗୋଟିଏ କଥା ନିହାତି କହିଥାନ୍ତେ ‘ ସାବାସ ‘ ।

ଉଲ୍ଲେଖ ଥାଉ କି ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ମାର୍ଚ୍ଚ ୨ ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଥିଲା। ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ। ପିଣ୍ଟୁ ଜଗତସିଂହପୁରର ଏସ୍. କେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ।

ପିଣ୍ଟୁ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କୋଇଲି ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ। ଏଥିସ‌ହ ସେ ଓଡ଼ିଆ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଥିଲେ। ‘ଏ ଗଉରା କ’ଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା।ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ’ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପ‌ହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା ଆଦି ସିନେମାରେ ଅଭିନୟ କରିଥିଲେ। ରଙ୍ଗ୍ ନମ୍ବର ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ। ଏଥିସହ ସେ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂରରେ ଅଭିନୟ କରିଥିଲେ। ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ।

ଫିଲ୍ମରେ ଅଙ୍କିତାଙ୍କ ଅନୁଭୂତି:
ଫିଲ୍ମରେ ନିଜ ଅଭିନୟର ଅନୁଭୂତିକୁ ସେୟାର କରି ଅଙ୍କିତା କହିଛନ୍ତି ଯେ ଆଲବମ୍ ବାଦଶାହ ଲୁବୁନଙ୍କ ସହ କାମ କରି ସେ ଖୁବ୍ ଖୁସି ଅଛନ୍ତି । ଫିଲ୍ମରେ ତାଙ୍କ ଅଭିନୟ ଓ ଡାନ୍ସକୁ ଅତି ସୁନ୍ଦର୍ ଭାବେ ଦର୍ଶାଯାଇଛି । କିଛି ନୂଆ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମଟି ନିଶ୍ଚିତ ଲୋକଙ୍କ ମନକୁ ଛୁଇଁବାରେ ସଫଳ ହେବ ।

0
0

Leave a Reply

Your email address will not be published. Required fields are marked *