ରିଲିଜ୍ ହେଲା ପିଣ୍ଟୁନନ୍ଦଙ୍କ ଶେଷ ଫିଲ୍ମ…. ‘ମୋ କାହାଣୀରେ ତୋରି ନାଁ’

ଭୁବନେଶ୍ଵର: ପିଣ୍ଟୁ ନନ୍ଦ ଓଲିଉଡ଼ ଇଣ୍ଡଷ୍ଟ୍ରିର ଏମିତି ଜଣେ ବରିଷ୍ଠ ଅଭିନେତା ଯିଏ ନିଜ ଜୀବନ କାଳରେ ଦର୍ଶକଙ୍କୁ ଅନେକ ସୁନ୍ଦର୍ ଚଳଚ୍ଚିତ୍ର ଭେଟି ଦେଇ ଯାଇଛନ୍ତି । ସେ କମେଡି ରୋଲ୍ ହେଉ ଅବା ଭିଲିଆନ୍ ରୋଲ୍ ପିଣ୍ଟୁ ନନ୍ଦ ନିଜ ଅଭିନୟ ବଳରେ ଦର୍ଶକଙ୍କ ଖୁବ୍ ଭଲପାଇବା ପାଇପାରିଛନ୍ତି ।

ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ହେବା ଆଗରୁ ପିଣ୍ଟୁ ନନ୍ଦଙ୍କ ଶେଷ ଫିଲ୍ମ ରହିଥିଲା ‘ ମୋ କାହାଣୀରେ ତୋରି ନାଁ ‘ ଯେଉଁଥିରେ ତାଙ୍କୁ ଶେଷ ଥର ପାଇଁ ଅଭିନୟ କରିବାର ଦେଖିବାକୁ ମିଳିଥିଲା । ତିତଲି ପ୍ରଡକ୍ସନ ଓ ଲୁବୁନ୍ ଟୁବୁନ୍ ପ୍ରଡକ୍ସନ ରେ ଏହି ଫିଲ୍ମକୁ ନିର୍ମାଣ କରାଯାଇଛି । ଯାହାର ନାଁ ରହିଛି ‘ ମୋ କାହାଣୀ ରେ ତୋରି ନାଁ ‘ । ଯାହାକୁ ଫେବୃୟାରି ୯ତାରିଖରେ ଓଡ଼ିଶାର ବିଭିନ୍ନ ହଲରେ ରିଲିଜ୍ କରଯାଇଛି। ଫିଲ୍ମରେ ଲୁବୁନ୍ ଓ ଅଙ୍କିତାଙ୍କ ଭିତରର ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।ପ୍ରଥମ ଥର ପାଇଁ ବଡପରଦାରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସିଛନ୍ତି ଆଲବମ ବାଦଶାହ ଲୁବୁନ୍। ଏହି ଚଳଚ୍ଚିତ୍ରରେ ଲୁବୁନଙ୍କ ବାପା ଚରିତ୍ରରେ ନଜର ଆସିଛନ୍ତି ପିଣ୍ଟୁ ନନ୍ଦ । ଅନ୍ୟ ସବୁ ଚଳଚ୍ଚିତ୍ର ଭଳି ଏହି ଚଳଚ୍ଚିତ୍ରରେ ମଧ୍ୟ ପିଣ୍ଟୁଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ପାରିଛି । ଫିଲ୍ମରେ ପିଣ୍ଟୁଙ୍କ ଦମଦାର ଅଭିନୟ ସାଙ୍ଗକୁ ଲୁବୁନଙ୍କ ଓ ଅଙ୍କିତାଙ୍କ ଯୋଡିକୁ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି।

ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ତୁଲାଇଛନ୍ତି ଲୁବୁନ୍ ଟୁବୁନ୍ । କାହାଣୀ ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପ୍ରିତିଶ ମହାନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ନିର୍ମଳ ନାୟକ ଗୀତର ଲିରିକ୍ସ ଲେଖିଥିବା ବେଳେ ଫିଲ୍ମର ଡାଇଲଗ ଲେଖିଛନ୍ତି ସଞ୍ଜୟ ମହାକୁଳ । କିଛି ନୂଆ କାହାଣୀ ନେଇ ଆସିଥିବା ଏହି ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ଆଶା କରାଯାଉଛି ।

0
0

Leave a Reply

Your email address will not be published. Required fields are marked *