ତୁଳସୀ ଛାଡି ଏହି ଯାତ୍ରା ପାର୍ଟିରେ ଯୋଗ ଦେଲେ ବ୍ୟାଡ଼ ବୟ

ଭୁବନେଶ୍ୱର: ତୁଳସୀ ଗଣନାଟ୍ୟର ସୁପରହିଟ ନାଟକ ‘ଅଧା ରାତିର ସାଥି’ର ମୁଖ୍ୟ କଳାକାର ତଥା ବ୍ୟାଡ଼ବୟ ଭାବେ ପରିଚିତ ପିୟୁଷ ତ୍ରିପାଠୀ ଏଥର ଆଉ ଦେଖାଯିବେ ନାହିଁ | ନା ମ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ କି? ଆମର କହିବା କଥା ଏଣିକି ପିୟୁଷଙ୍କୁ ଆଉ ତୁଳସୀ ଗଣନାଟ୍ୟରେ ଦେଖିବାକୁ ମିଳିବ ନାହିଁ | କାରଣ ସେ ତୁଳସୀ ଗଣନାଟ୍ୟ ଛାଡି ଅପେରା ସୂର୍ଯ୍ୟମନ୍ଦିରରେ ଯୋଗ ଦେଇଛନ୍ତି | ବାସ୍ତବରେ ନିଜର ନିଖୁଣ ଅଭିନୟ ପାଇଁ ବେଶ ପରିଚିତ ପିୟୁଷ ଗତବର୍ଷ ତୁଳସୀ ଗଣନାଟ୍ୟର ନାଟକ ଅଧା ରାତିର ସାଥିରେ ଏଭଳି ଅଭିନୟ କରିଥିଲେ ଯେ ଅନେକ ଦର୍ଶକ କାନ୍ଦି ଥିଲେ | କେତେକ ସ୍ଥାନରେ ତ ତାଙ୍କର ଜୀବନ୍ତ ତଥା କ୍ରୁର ପୁଅର ଭୂମିକା ଦେଖି ଦର୍ଶକ ଭାବପ୍ରବଣ ହୋଇ ତାଙ୍କ ଉପରକୁ ଚେୟାର ମଧ୍ୟ ଫିଙ୍ଗିଥିଲେ |

WhatsApp Image 2024 02 12 at 09.50.38 345f6f3e

ତେବେ ଚଳିତ ଯାତ୍ରା ସିଜିନ 2024-25ରେ ପିୟୁଷ ନୂଆ ଯାତ୍ରା ଆରମ୍ଭ କରିଛନ୍ତି | ଚଳିତ ସିଜିନରେ ସେ ସୂର୍ଯ୍ୟମନ୍ଦିରରେ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପିୟୁଷଙ୍କ ବ୍ୟତୀତ କ୍ଷିତୀଶ, ମାମା, ସିଲୁ, କାଳୀ ବି ତୁଳସୀ କ୍ୟାମ୍ପ ଛାଡି ଅପେରା ସୂର୍ଯ୍ୟମନ୍ଦିରରେ ଯୋଗ ଦେଇଛନ୍ତି | ଆଉ ସୂର୍ଯ୍ୟମନ୍ଦିର ମଞ୍ଚରେ ବି ପିୟୁଷଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ମିଳିବ ବୋଲି ଯାତ୍ରାପ୍ରେମୀ ଆଶା କରିଛନ୍ତି |

0
0

Leave a Reply

Your email address will not be published. Required fields are marked *