ପ୍ରକୃତିଙ୍କ କଣ୍ଠରେ ମହାପ୍ରଭୁଙ୍କ ଭଜନ

ଭୁବନେଶ୍ୱର: ଓଲିଉଡ଼ ସିନେଇଣ୍ଡଷ୍ଟ୍ରିର ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜ ଅଭିନୟ ପାଇଁ ଓଡ଼ିଶା ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ଅନେକ ଲୋକଙ୍କ ଭଲପାଇବା ସାଉଁଟିଛନ୍ତି। ଏକାଧାରରେ ସେ ଜଣେ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଆଉ ଜଣେ ଗାୟିକା । ଅଭିନୟକୁ ନିଜ ପ୍ରଫେସନ କରିଥିବା ପ୍ରକୃତି ଗୀତ ଗାଇବାକୁ ଖୁବ୍ ପସନ୍ଦ କରନ୍ତି।

ନିକଟରେ ପ୍ରକୃତିଙ୍କ କଣ୍ଠରୁ ଶୁଣିବାକୁ ମିଳିଛି ଏକ ସୁନ୍ଦର ଭଜନ ଯାହାର ନାଁ ରହିଛି `ମୋ କାଳିଆ’ । ଜଗନ୍ନାଥଙ୍କ ଭକ୍ତିରେ ଅତି ସୁନ୍ଦର ଭାବେ ଗୀତଟିକୁ ଗାଇଛନ୍ତି ପ୍ରକୃତି ମିଶ୍ର । ପୁରୀରେ ହୋଇଥବା ପରିକ୍ରମା ପ୍ରକଳ୍ପ ଉଦଘାଟନୀରେ ପୁରୀ ବଡଦାଣ୍ଡର ସୌନ୍ଦର୍ଯ୍ୟକରଣକୁ ନେଇ ଏହି ଭଜନଟିକୁ ଲେଖାଯାଇଛି । ଯାହାକୁ ଲେଖିଛନ୍ତି ପ୍ରକୃତିଙ୍କ ବାପା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର। ପରିକ୍ରମା ପ୍ରକଳ୍ପ ପରେ ପୁରୀ ବଡ଼ ଦାଣ୍ଡ ଚତୁପାର୍ଶ୍ଵର ସୁନ୍ଦରତାକୁ ନିଜ ଗୀତ ମାଧ୍ୟମରେ ଅତି ସୁନ୍ଦର ଭାବେ ପରିବେଷଣ କରିଛନ୍ତି ପ୍ରକୃତି । ଏହି ଭଜନରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମଥ ମିଶ୍ର। ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନକୁଲ ଦାସ୍। ପ୍ରକୃତି ନିଜ ୟୁଟୁବ ଚ୍ୟାନେଲରେ ଏହି ଭଜନ ଭିଡିଓକୁ ଅପଲୋଡ଼ କରିଛନ୍ତି। ଜଗନ୍ନାଥଙ୍କ ପାଇଁ ଗାଇଥିବା ପ୍ରକୃତିଙ୍କ ଏହି ଭଜନକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି।

ପ୍ରକୃତିଙ୍କ କଥା ଯଦି କହିବା ଗତ ବର୍ଷ ତାଙ୍କୁ ଓଡ଼ିଆ ରାପ୍ ଆଲବମ୍ ‘ ମିଛ ‘ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଗୀତ ଗାଉଥିବା ନଜର ଆସିଥିଲେ। ଯାହା ଦର୍ଶକଙ୍କୁ ବେସ୍ ପସନ୍ଦ ଆସିଥିଲା । ତେବେ ବର୍ତ୍ତମାନ ସମୟରେ ଅଭିନୟ ତୁଳନାରେ ଗୀତକୁ ଅଧିକ ଗୁରୁତ୍ଵ ଦେଉଥିବା ନଜର ଆସୁଛନ୍ତି  ନାୟିକା ପ୍ରକୃତି ମିଶ୍ର।

0
0

Leave a Reply

Your email address will not be published. Required fields are marked *