ମୁଖ୍ୟମନ୍ତ୍ରୀ ସାଜିବେ ରାଣୀ ପଣ୍ଡା!

ଭୁବନେଶ୍ୱର: ଯାତ୍ରାରେ ଅଭିନୟ ସାଙ୍ଗକୁ ସୋସିଆଲ ମିଡିଆରେ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଣୀ ପଣ୍ଡାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ଖୁବଶୀଘ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ନଜର ଆସିବେ । ଆପଣ ଏହା ପଢି ଆଶ୍ଚର୍ଯ୍ୟ ହୋଇଗଲେ କି? ଯଦି ହଁ, ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ | କାରଣ ସତ ସତିକା ନୁହେଁ ମ ମଂଚ ଉପରେ ମୁଖ୍ୟମନ୍ତ୍ରୀ ଚରିତ୍ରରେ ନଜର ଆସିବେ ରାଣୀ ପଣ୍ଡା ।

ଏମିତି ଏକ ବିଷୟ ବସ୍ତୁକୁ ନେଇ ପ୍ରସ୍ତୁତ ହେଉଛି ଯାତ୍ରା ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା’ । ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଣୀ ପଣ୍ଡାଙ୍କ ଏହି ଆଗାମୀ ପ୍ରୋଜେକ୍ଟକୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଯାତ୍ରା ପ୍ରେମୀ ରାଣୀଙ୍କ ଏହି ନୂଆ ଅବତାର ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

ବିଶେଷ କରି ନିଜ ବିବାଦୀୟ ବୟାନ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଛାଇ ରହିଥାନ୍ତି ରାଣୀ । ଏହାସହ ରାଜନୀତି ପ୍ରତି ତାଙ୍କର ଇଚ୍ଛା ରହିଥିବା ସେ ସବୁବେଳେ କହି ଆସିଛନ୍ତି । ପ୍ରକୃତରେ ରାଜନୀତିରେ ସେ ଯୋଗ ଦେବେ କି ନାହିଁ ସେ ନେଇ କୌଣସି ସଠିକ୍ ସୂଚନା ନାହିଁ । ମାତ୍ର ଯାତ୍ରାରେ ଜଣେ ରାଜନେତ୍ରୀ ଭାବେ ନଜର ଆସିବେ ରାଣୀ ।

0
0

Leave a Reply

Your email address will not be published. Required fields are marked *