ରିଲିଜ୍ ହେଲା ସମ୍ବଲପୁରୀ ଗୀତ ” ସମିଆ ଦେବ ଟିକେ ”

ଭୁବନେଶ୍ୱର: ଓଡ଼ିଆ ଆଲବମ୍ କଥା ପଡ଼ିବ । ଆଉ ସେଠି ସମ୍ବଲପୁରୀ ଗୀତ କଥା ଉଠିବନି ତାହା ଅସମ୍ଭବ।
ସେଇ ସମ୍ବଲପୁରୀ ଗୀତକୁ ନେଇ ରିଲିଜ୍ ହୋଇଛି ଆଲବମ୍ ” ସମିଆ ଦେବ ଟିକେ ” । ଭିଡିଓରେ ଏଭରଗ୍ରୀନ ବିଶାଲ୍, ସୁଚରିତା ସ୍ୱାଇଁଙ୍କ ଦମଦାର ଡାନ୍ସ ଦେଖିବାକୁ ମିଳିଛି। ଗାୟକ ଆଶିଷ କୁମ୍ଭାର ଓ ଅସୀମା ପଣ୍ଡାଙ୍କ ଯାଦୁଈ ସ୍ଵର ଗୀତଟିକୁ ଆହୁରି ଦୁଇ ଗୁଣା କରିଛି।

ଏହି ସୁନ୍ଦର ଗୀତଟିର ନିର୍ଦ୍ଦେଶନା ଦେଇଛନ୍ତି କୁମାର ସାମସନ ଓ ପ୍ରଯୋଜନା କରିଛନ୍ତି ସୁନିଲ କୁମାର ପଣ୍ଡା । ଅଲେଖ ନାଗ ଗୀତଟିର ଲିରିକ୍ସ ଲେଖିଥିବା ବେଳେ ଅବେଦ ନାଗ ଗୀତର ସଂଗୀତ ଦେଇଛନ୍ତି ।

”ସୋନି କ୍ରିଏସନ୍” ୟୁଟ୍ୟୁବ୍ ଚ୍ୟାନେଲ ରେ ଏହି ଆଲବମ ଭିଡ଼ିଓକୁ ପୋଷ୍ଟ କରାଯାଇଛି । ପୁର୍ବରୁ ଏହି ଚ୍ୟାନେଲରେ ଗାୟକ ଆଶିଷ କୁମ୍ଭାର ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ଗାଇଥିବା ସମ୍ବଲପୁରୀ ଗୀତ ” ଚାହନେୱାଲି ” ସୁପରହିଟ ହୋଇଥିଲା । ୟୁଟୁବରେ ଗୀତଟିକୁ ଏପର୍ଯ୍ୟନ୍ତ ୧୬ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ”ଚାହନେୱାଲି ”ଗୀତ ଭଳି ଏହି ଆଲବମ ଟିକୁ ମଧ୍ୟ ସେହିପରି ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ଟିମ୍ ଆଶା କରିଛନ୍ତି ।

0
0

Leave a Reply

Your email address will not be published. Required fields are marked *