“ନୁଆ ଅବତାରରେ ନଜର ଆସିବେ ସିଦ୍ଧାନ୍ତ”

ଭୁବନେଶ୍ୱର: ଗୁରୁଶିଷ୍ୟର ପାରମ୍ପରିକ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଫିଲ୍ମ “ଗୁରୁଜୀ ନମସ୍କାର” । ପୁରୁଣା ଦିନର ସେଇ ସ୍କୁଲ ପରିବେଶ , ଗୁରୁ ଶିଷ୍ୟର ସମ୍ପର୍କକୁ ନେଇ ତିଆରି ହେବାକୁ ଯାଉଛି ଏହି ଫିଲ୍ମ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଦେଖିବାକୁ ମିଳିବ କିଛି ନୂଆ କାହାଣୀ । ଫିଲ୍ମର କାହାଣୀକୁ କିଛି ଏହିଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଆପଣଙ୍କୁ ଆପଣଙ୍କ ପିଲାଦିନର ହଜିଯାଇଥିବା ସ୍ମୃତିକୁ ଫେରାଇ ଆଣିବ ।ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରଧାନଙ୍କ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।ଫିଲ୍ମରେ ସିଦ୍ଧାନ୍ତଙ୍କ ସହିତ ବ୍ରଜ ସିଂ, ସୁକାନ୍ତ ରଥ ଭଳି ଅନ୍ୟାନ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ । ତେବେ ସିଦ୍ଧାନ୍ତଙ୍କ ସହିତ ନାୟିକା ଭୂମିକାରେ କେଉଁ ଅଭିନେତ୍ରୀ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପରଦାରେ ଦର୍ଶକଙ୍କୁ କିଛି ନୁଆ ଧରଣର କାହାଣୀ ଭେଟିଦେବାକୁ ପ୍ରୟାସ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ । ଫିଲ୍ମରେ ସିଦ୍ଧାନ୍ତଙ୍କ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ ବୋଲି ପୋଷ୍ଟର ରିଲିଜ୍ ଅବସରରେ ସିଦ୍ଧାନ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତେବେ ପ୍ରକୃତରେ ଫିଲ୍ମରେ ତାଙ୍କୁ କେଉଁ ଚରିତ୍ରରେ ଦେଖିବାକୁ ମିଳିବ ତାହା ପରବର୍ତ୍ତୀ ମୂହୁର୍ତ୍ତରେ ହିଁ ଜଣାପଡ଼ିବ ।

ଫିଲ୍ମର କାହାଣୀକୁ ଲେଖିଛନ୍ତି ସଙ୍କେତ କୁମାର ତ୍ରିପାଠୀ। ସଂଗୀତ ଭାର ସମ୍ଭାଳିଛନ୍ତି ଅଭିଜିତ ମଜୁମଦାର । ନିକଟରେ ହିଁ ଫିଲ୍ମର ଟାଇଟଲ ରିଲିଜ୍ କରାଯାଇଛି ଏବଂ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରାଯିବ । ଗୁରୁଦିବସ ଅବସରରେ ଫିଲ୍ମକୁ ମୁକ୍ତିଲାଭ କରାଯିବାକୁ ନିଷ୍ପତି ନିଆଯାଇଛି।

0
0

Leave a Reply

Your email address will not be published. Required fields are marked *