ସିଦ୍ଧାର୍ଥ ଟିଭିରେ ଖୁବ ଶୀଘ୍ର ଆସିବାକୁ ଯାଉଛି “ ସିନ୍ଦୁର ନୁହେଁ ଖେଳ ଘର ”

ଭୁବନେଶ୍ୱର: କାହା ପାଇଁ ସିନ୍ଦୁର ଛଳନାର ଗାର, ଆଉ କାହା ପାଇଁ ଜୀବନର ସନ୍ତକ ! ସିନ୍ଦୁରର ମୂଲ୍ୟ କେତେ, ଅମାପ ନା ମୂଲ୍ୟହୀନ | ଟୋପାଏ ସିନ୍ଦୁର ପାଇଁ, କିଏ ହେବ ପର ଆଉ କିଏ ହେବ ନିଜର ? ଦର୍ଶକଙ୍କ ପାଇଁ ସିଦ୍ଧାର୍ଥ ଟିଭି ଆଣିବାକୁ ଯାଉଛି ନୂଆ ମେଗା ଧାରାବାହିକ “ ସିନ୍ଦୁର ନୁହେଁ ଖେଳଘର ” । ଯାହାର ମୁଖ୍ୟ ଭୂମିକାରେ ନଜର ଆସିବେ ଟେଲି ଅଭିନେତା ରୋଷନ୍, ମାମା ରାଉତ ଓ ରଶ୍ମିରେଖା ।

ଫେବୃଆରୀ ୧୨ ତାରିଖ ସନ୍ଧ୍ୟା ୮ଟାରୁ ପ୍ରସାରଣ ହେବାକୁ ଯାଉଛି ଏହି ନୂଆ ମେଗା ଧାରାବାହିକ । ନୂଆ ନୂଆ ବିଷୟବସ୍ତୁକୁ ନେଇ ପରିକଳ୍ପନା କରୁଥିବା ସିଦ୍ଧାର୍ଥ ଟିଭି ପକ୍ଷରୁ ଏଭଳି ଏକ ଧାରାବାହିକ ଦର୍ଶକଙ୍କୁ ଭେଟି ଦେବାକୁ ଯୋଜନା ହୋଇଛି ।

0
0

Leave a Reply

Your email address will not be published. Required fields are marked *