ନୂଆ ଚେହେରା ଭିନ୍ନ କାହାଣୀ ସହିତ ସିଦ୍ଧାର୍ଥ ଟିଭିର ନୂଆ ମେଗା ଧାରାବାହିକ ‘କେଦାର ଗୌରୀ’

ଭୁବନେଶ୍ୱର: ଡେଇଁ ସ୍ୱପ୍ନର ଆରପାରି, କେଦାରକୁ ନିଜର କରିପାରିବ କି ଗୌରୀ ? କଣ ଗୌରୀ ତା କେଦାରକୁ ଫେରି ପାଇବ କି ? ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଓ ନୂଆ କାହାଣୀକୁ ନେଇ ସିଦ୍ଧାର୍ଥ ଟିଭି ଆଣିବାକୁ ଯାଉଛି ନୂଆ ମେଗା ଧାରାବାହିକ “ କେଦାର ଗୌରୀ ” ଯାହାର ମୁଖ୍ୟ ଭୂମିକାରେ ନଜର ଆସିବେ ନବାଗତ ଅଭିନେତା ସ୍ୱସ୍ତିକ ମହାନ୍ତି , ରୁପାଲୀ ମିଶ୍ର ଓ ମିଠି ।

ଫେବୃଆରୀ ୧୨ ତାରିଖ ସନ୍ଧ୍ୟା ୮ଟା ୩୦ରେ ପ୍ରସାରଣ ହେବାକୁ ଯାଉଛି ଏହି ନୂଆ ମେଗା ଧାରାବାହିକ । ସିଦ୍ଧାର୍ଥ ଟିଭିର ଏହି ନୂଆ ଧାରାବାହିକରେ ଦର୍ଶକ ଦେଖିବେ କିଛି ଭିନ୍ନ କାହାଣୀ ଓ ନୂଆ ଚେହେରା । ଭିନ୍ନ କାହାଣୀ ସହିତ ନୂଆ ଚେହେରା ଆଣିବା ଓଡ଼ିଆ ଧାରାବାହିକ ଜଗତରେ ଦର୍ଶକଙ୍କୁ ଯୋଡ଼ି ରଖିବାକୁ ସିଦ୍ଧାର୍ଥ ଟିଭିର ଭିନ୍ନ ଏକ ପ୍ରୟାସ । ଯାହାକୁ ଦର୍ଶକ ଥରେ ଦେଖିବା ଆରମ୍ଭ କଲେ ଟିଭି ଆଗରୁ ଉଠି ଯାଇ ପାରିବେ ନାହିଁ ବୋଲି ଜୋର୍ ଦେଇ କହିଛନ୍ତି ସିଦ୍ଧାର୍ଥ ଟିଭି ର ହେଡ୍ ସିଦ୍ଧାର୍ଥ ଅଗ୍ରୱାଲ ।

0
0

Leave a Reply

Your email address will not be published. Required fields are marked *