ଆଜି ସନ୍ଧ୍ୟାରୁ ସିଦ୍ଧାର୍ଥ ଟିଭିରେ ଦେଖିବେ ଏହି 4 ନୂଆ ଧାରାବାହିକ ।

ଭୁବନେଶ୍ଵର : ଓଡିଶାର ନମ୍ୱର ୧ ମନୋରଞ୍ଜନ ଚ୍ୟାନେଲ ସିଦ୍ଧାର୍ଥ ଟିଭି ଦର୍ଶକଙ୍କ ପାଇଁ ନେଇ ଆସିଛି ଚାରି ଚାରିଟି ନୂଆ ମେଗା ଧାରାବାହିକ । ଯେଉଁଥିରେ ଦର୍ଶକ ଦେଖିବାକୁ ପାଇବେ ଅନେକ ନୂଆ କାହାଣୀ । ଏହି ନୂଆ ଧାରାବାହିକରେ ଭରି ରହିଛି ଭରପୁର ଡ୍ରାମା , ଲଭ୍ ଓ ଇମୋସନ୍ । ଚାରୋଟି କାହାଣୀ ପରସ୍ପରଠୁ ସମ୍ପୂର୍ଣ୍ଣ ଭିନ୍ନ ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଦେବ ।

WhatsApp Image 2024 02 07 at 12.58.13 d9e0c6c3

ମାୟା ଓ ମମତା
ଦୁଇ ମାଆଙ୍କ ପୁଅ ପ୍ରତି ଥିବା ଭଲପାଇବା ଓ କର୍ତ୍ତବ୍ୟକୁ ନେଇ କିଛି ନୂଆ ଓ ଭିନ୍ନ କାହାଣୀର ପରିକଳ୍ପନାକୁ ନେଇ ସିଦ୍ଧାର୍ଥ ଟିଭିର ନୂଆ ମେଗା ଧାରାବାହିକ ‘ମାୟା ଓ ମମତା’ ।ଫେବୃୟାରୀ ୧୨ତାରିଖ ସନ୍ଧ୍ୟା ୭ଟାରେ ଏହି ନୂଆ ଧାରାବାହିକ ପ୍ରସାରିତ ହେବାକୁ ଯାଉଛି।

ସୁନୟନା
କାହାଣୀ ହସକୁରୀ ସୁନା ଝିଅ ସୁନାୟନାର । ପାଠ ସିନା କମ୍ ପଢିଛି ହେଲେ ମନରେ ଭରି ରହିଛି ତାର ଅସୁମାରି ସ୍ବପ୍ନ । ଆଉ ସେଇ ସୁନା ଝିଅର ସଂଘର୍ଷର କାହାଣୀ କୁ ନେଇ ସିଦ୍ଧାର୍ଥ ଟିଭିର ନୂଆ ମେଗା ଧାରାବାହିକ ‘ ସୁନୟନା ‘ । ଫେବୃଆରି ୧୨ ତାରିଖ ସନ୍ଧ୍ୟା ୭:୩୦ରେ ଏହି ଧାରାବାହିକ ପ୍ରସାରିତ ହେବାକୁ ଯାଉଛି ।

WhatsApp Image 2024 02 07 at 12.58.12 fb427bad

ସିନ୍ଦୂର ନୁହେଁ ଖେଳଘର
କାହା ପାଇଁ ସିନ୍ଦୁର ଛଳନାର ଗାର, ଆଉ କାହା ପାଇଁ ଜୀବନର ସନ୍ତକ ! ସିନ୍ଦୁରର ମୂଲ୍ୟ କେତେ, ଅମାପ ନା ମୂଲ୍ୟହୀନ | ଟୋପାଏ ସିନ୍ଦୁର ପାଇଁ, କିଏ ହେବ ପର ଆଉ କିଏ ହେବ ନିଜର ? ଦର୍ଶକଙ୍କ ପାଇଁ ସିଦ୍ଧାର୍ଥ ଟିଭି ନେଇ ଆସିଛି ନୂଆ ମେଗା ଧାରାବାହିକ “ ସିନ୍ଦୁର ନୁହେଁ ଖେଳଘର ” । ଫେବୃଆରୀ ୧୨ ତାରିଖ ସନ୍ଧ୍ୟା ୮ଟାରୁ ଏହି ନୂଆ ମେଗା ଧାରାବାହିକ ପ୍ରସାରଣ ହେବାକୁ ଯାଉଛି ।

WhatsApp Image 2024 02 07 at 12.58.13 7466082e 2

କେଦାର ଗୌରୀ
ଡେଇଁ ସ୍ୱପ୍ନର ଆରପାରି, କେଦାରକୁ ନିଜର କରିପାରିବ କି ଗୌରୀ ? କଣ ଗୌରୀ ତା କେଦାରକୁ ଫେରି ପାଇବ କି ? ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଓ ନୂଆ କାହାଣୀକୁ ନେଇ ସିଦ୍ଧାର୍ଥ ଟିଭିର ନୂଆ ମେଗା ଧାରାବାହିକ “ କେଦାର ଗୌରୀ ” । ସିଦ୍ଧାର୍ଥ ଟିଭିର ଏହି ନୂଆ ଧାରାବାହିକରେ ଦର୍ଶକ ଦେଖିବେ କିଛି ଭିନ୍ନ କାହାଣୀ ଓ ନୂଆ ଚେହେରା ।ଫେବୃଆରୀ ୧୨ ତାରିଖ ସନ୍ଧ୍ୟା ୮ଟା ୩୦ରେ ଏହି ନୂଆ ମେଗା ଧାରାବାହିକ ପ୍ରସାରଣ ହେବାକୁ ଯାଉଛି ।

ଏହି ଚାରି ଚାରିଟି ନୂଆ ସିରିଏଲର କାହାଣୀ ଲେଖିବାକୁ ପାଖାପାଖି ବର୍ଷେ ସମୟ ଲାଗିଯାଇଥିଲା । ୧ବର୍ଷର ଅପେକ୍ଷା ଓ ଟିମର କଠିନ ପରିଶ୍ରମ ପରେ ଏବେ ଧାରାବାହିକଗୁଡ଼ିକୁ ରିଲିଜ୍ କରାଯାଉଛି । ତେବେ ନିଜ ଦର୍ଶକଙ୍କୁ ସବୁ ସମୟରେ କିଛି ନୂଆ ଆଉ ସମସ୍ତଙ୍କଠୁ ଭିନ୍ନ ଯୋଗେଇବାର ସିଦ୍ଧାର୍ଥ ଟିଭିର ଏହି ପ୍ରୟାସ ନିହାତି ଲୋକଙ୍କ ମନକୁ ଛୁଇଁବ ବୋଲି ଦାବି କରିଛନ୍ତି ସିଦ୍ଧାର୍ଥ ଟିଭିର ହେଡ଼ ସିଦ୍ଧାର୍ଥ ଅଗ୍ରୱାଲ ।

0
0

Leave a Reply

Your email address will not be published. Required fields are marked *