ପୂର୍ବ ଜନ୍ମରେ ମୁଁ  ଓଡ଼ିଆ ହୋଇ ଜନ୍ମ ହୋଇଥିଲି: ସୋନୁ ନିଗମ

ଭୁବନେଶ୍ଵର: ସାରା ଦେଶରେ ପ୍ରତିଷ୍ଠିତ ହେବା ପୂର୍ବରୁ ଏହି ଓଡିଶା ହିଁ ପ୍ରଥମେ ମୋତେ ସ୍ୱୀକୃତି ଦେଇଥିଲା | ଓଡ଼ିଶାର ଲୋକଙ୍କ ଭଲ ପାଇବା ଦେଖି ଲାଗେ ବୋଧେ ପୂର୍ବ ଜନ୍ମରେ ମୁଁ ଓଡ଼ିଶାରେ ଜନ୍ମ ହୋଇଥିଲି | କିଛି ଏଭଳି କହିଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ ସୋନୁ ନିଗମ |ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଏକାମ୍ର ଉତ୍ସବ ଦର୍ଶକଙ୍କ ପାଇ ନେଇଆସିଥିଲା ମନଲୋଭା ସଙ୍ଗୀତର ମୂର୍ଚ୍ଛନା। ଯେଉଁଥିରେ ଓଲିଉଡ଼ ତଥା ବଲିଉଡ଼ ର ଶ୍ରେଷ୍ଠ କଣ୍ଠଶିଳ୍ପୀ ଓ କଳାକାରଙ୍କ ଲାଇଭ୍ ସଙ୍ଗୀତ ତାଳେ ତାଳେ ଝୁମିବାର ଅବସର ମିଳିଥିଲା । ଫେବୃଆରୀ ୩ରୁ ୯ ପଯ୍ୟନ୍ତ ଚାଲିଥିବା ଏହି ଉତ୍ସବର ଷଷ୍ଠ ସନ୍ଧ୍ୟାରେ  ବଲିଉଡ଼ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ଲାଇଭ ଶୁଣିବାକୁ ଅବସର ମିଳିଥିଲା ।
ସୋନୁଙ୍କ ଗୀତ ତାଳେ ତାଳେ ଝୁମିବାକୁ ଚାରିଆଡେ ଛାଇଯାଇଥିଲା ଉଲ୍ଲାସର ମହୋଲ । ଦେଖିବାକୁ ମିଳିଥିଲା ଜୋରଦାର ଜନଗହଳି ।

WhatsApp Image 2024 02 11 at 13.44.44 1800ada5

ଲାଲ୍ ସିଂ ଚଢା ଫିଲ୍ମର ” ପା ପାରା ରା ‘ ଗୀତରୁ ସନ୍ଧ୍ୟା ଆରମ୍ଭ କରି ନିଜର ଅନେକ ହିଟ୍ ଗୀତକୁ ଗାଇ ଶୁଣାଇଥିଲେ ସୋନୁ । ଏହାରି ଭିତରେ ଓଡ଼ିଆ ଦର୍ଶକଙ୍କ ଡିମାଣ୍ଡରେ କିଛି ଓଡ଼ିଆ ଭଜନ ମଧ୍ୟ ଗାଇ ଶୁଣାଇଥିଲେ। ‘ ଶ୍ରୀ ଗୁଣ୍ଡିଚା କୁ ତୁ ଯିବୁ ମୁ ଯେ ସ୍ବର୍ଗ ଦ୍ବାର ଯିବି ‘ ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ ସୋନି ନିଗମଙ୍କ କଣ୍ଠରୁ ଏହି ଗୀତ ଶୁଣି ଲୋକେ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ । ତାଙ୍କ କଣ୍ଠରୁ ଏତେ ସୁନ୍ଦର୍ ଭାବେ ସେ ଗୀତ କୁ ପରିବେଷଣ କରିଥିଲେ ଯେଉଁଥିପାଇଁ ଲୋକ ତାଙ୍କ ଗୀତରେ ଲୀନ ହୋଇଯାଇଥିଲେ ।

WhatsApp Image 2024 02 11 at 13.44.46 82bf4137

ଓଡ଼ିଶାରେ ସୋନୁ ନିଗମ ଙ୍କ ଅନୁଭୂତି
ଓଡ଼ିଶା ସହିତ ସୋନୁ ନିଗମଙ୍କ ସମ୍ପର୍କ ବହୁତ୍ ପୁରୁଣା ଥିବା କହିଛନ୍ତି ନିଜେ ସୋନୁ  । ବଲିଉଡ ଇଣ୍ଡଷ୍ଟ୍ରିରେ ଫେମସ ହେବା ଆଗରୁ ସେ ଓଡ଼ିଶାରେ ବେସ୍ ପରିଚିତ ଥିଲେ । ଓଡ଼ିଆ ଭାଷାକୁ ସେ ବହୁତ୍ ଭଲ ପାଆନ୍ତି । ଏମିତିକି ସେ ଓଡ଼ିଆରେ ୧୦୦ରୁ ବି ଅଧିକ ଗୀତରେ ନିଜ କଣ୍ଠଦାନ ଦେଇଛନ୍ତି । କାହିଁ କେଉଁ ସମୟରୁ ଓଡ଼ିଶା ସହିତ ତାଙ୍କ ସମ୍ପର୍କ ଯୋଡ଼ି ହୋଇ ରହିଛି ।ସେହି ସମୟରେ ଓଡ଼ିଶାରେ ତାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଦେଖି ସେ ପୂର୍ବ ଜନ୍ମରେ ବୋଧ ହୁଏ ଓଡ଼ିଆ ହୋଇ ଜନ୍ମ ହୋଇଥିବା କଥା ମଧ୍ୟ କହିଛନ୍ତି। 

ସୋନୁନିଗମ ଗାଇଥିବା କିଛି ଓଡ଼ିଆ ଗୀତ
ସୋନୁ ନିଗମ ଙ୍କ ଓଡ଼ିଆ ଗୀତ କଥା ପଡ଼ିବ ଆଉ ସେଠି  ପ୍ରଥମରେ ଓଡ଼ିଆ ଚଳଚ୍ଚିତ୍ର ‘ ସୁନା ପଞ୍ଜୁରୀ ‘ ର ସୁପରହିଟ ଗୀତ ‘ପୁଚୁକି ଗାଲି’ ରହିବନି ତାହା ଅସମ୍ଭବ । ସୋନୁ ନିଗମଙ୍କ ଗାଇଥିବା ଏହି ଗୀତ ଆଜିବି ଲୋକଙ୍କ ହୃଦୟରେ ଘର କରି ରହିଛି । ତାଙ୍କ କଣ୍ଠରେ ସେ ଅନେକ ଚଳଚ୍ଚିତ୍ର ଗୀତ ସହିତ ଅନେକ ସୁନ୍ଦର ଭଜନ ଭେଟି ଦେଇଯାଇଛନ୍ତି ।  ‘ ଥରେ ଥରେ ଜୀବନରେ ‘ , ‘ ମୋ ବାହୁଡା଼ ବେଳ ହେଲା ‘ ,’ ପୁରୀ ନୋଇଲା, ‘ ରାନୀ ଲୋ ରାନୀ’ ,’ ସୁନା ଖଡ଼ିକା ‘ , ‘ ଥରେ ଆରେ କାଳିଆ ‘, ‘ ଅନାମିକା ନାୟିକା ‘ଭଳି  ଆହୁରି ଅନେକ ସୁନ୍ଦର୍ ସୁନ୍ଦର୍ ଗୀତରେ ନିଜ କଣ୍ଠଦାନ ଦେଇଛନ୍ତି ।

0
0

Leave a Reply

Your email address will not be published. Required fields are marked *