ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ

ଭୁବନେଶ୍ଵର: ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିପାରିଥିବା ଶ୍ରଦ୍ଧା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହାତକୁ ଦୁଇ ହାତ ହୋଇଛନ୍ତି ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ଓଲିଉଡ଼ କଣ୍ଠଶିଳ୍ପୀ ସନ୍ଦୀପ ପଣ୍ଡାଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି । ବୈଦିକ ରୀତିନୀତି ଅନୁସାରେ ବେଦୀର ନିଆଁକୁ ଶପଥ କରି ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ସାରା ଜୀବନ ପାଇଁ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି। କିଛି ଦିନ ପୂର୍ବରୁ ସନ୍ଦୀପ ଓ ଶ୍ରଦ୍ଧାଙ୍କ ପ୍ରେମ ସମ୍ପର୍କ ବିଷୟରେ ଶ୍ରଦ୍ଧା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫୋଟୋ ସେୟାର କରିଥିଲେ । ଯେଉଁ ପୋଷ୍ଟରେ ପ୍ରଶଂସକ ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ଶ୍ରଦ୍ଧା ଓ ସନ୍ଦୀପଙ୍କ ଏହି ଯୋଡିକୁ ବେସ୍ ପସନ୍ଦ କରିଥିଲେ ଲୋକେ । ସନ୍ଦିପଙ୍କ ସହ ଶ୍ରଦ୍ଧା ଙ୍କ ବିବାହକୁ ଚାହିଁ ରହିଥିଲେ ଫ୍ୟାନ୍ସ ।

WhatsApp Image 2024 02 05 at 14.22.41 4f61c71f 1

ଏହାରି ଭିତରେ ଶ୍ରଦ୍ଧା ସୋସିଆଲ ମିଡ଼ିଆରେ ନିଜ ବିବାହର ଫୋଟୋ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଖୁସିଖବର ଜଣାଇଛନ୍ତି । ନିଜ ପସନ୍ଦ ମୁତାବକ ବର ପାଇ ବେସ୍ ଖୁସି ନଜର ଆସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା । ବିବାହ ସହିତ ନିକଟରେ ରିସେପସନ୍ ପାର୍ଟି ମଧ୍ୟ ଶେଷ ହୋଇଛି । ଯେଉଁଥିରେ ଓଲିଉଡର ଅନେକ ବଡ଼ ବଡ଼ କଳାକାରଙ୍କୁ ଦେଖିବାକୁ ମିଳିଛି ।

WhatsApp Image 2024 02 05 at 14.22.41 fb46a777 1

ଶ୍ରଦ୍ଧାଙ୍କ କଥା ଯଦି କହିବା ସେ ଜଣେ ସୁନ୍ଦର କଳକାର ଯିଏ ଖୁବ କମ ଦିନରେ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସେଭଳି ସନ୍ଦିପ ହେଉଛନ୍ତି ଓଲିଉଡ଼ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଯିଏ ନିଜ ଯାଦୁଇ ସ୍ଵରରେ ଅନେକ ସୁନ୍ଦର ସୁନ୍ଦର ଗୀତ ପରିବେଷଣ କରିଛନ୍ତି ।

0
0

Leave a Reply

Your email address will not be published. Required fields are marked *