କଣ ରହିଛି “ଶାନ୍ତି ଆପାର୍ଟମେଣ୍ଟ’ର ରହସ୍ୟ ?

ବଦଳୁଛି ଓଡ଼ିଆ ଇଣ୍ଡଷ୍ଟ୍ରିର ଟ୍ରେଣ୍ଡ। ପୁଣିଥରେ ଓଡ଼ିଆ ସିନେମା ମୁହାଁ ହେଉଛନ୍ତି ଦର୍ଶକ। ଏହାରି ଭିତରେ ଦର୍ଶକଙ୍କ ପାଇଁ କିଛି ଭିନ୍ନ କାହାଣୀକୁ ନେଇ ସିନେ ମଇଦାନକୁ ଓହ୍ଲାଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ। ବଲିଉଡ୍ ଭଳି ଥ୍ରିଲର ଓ ସସପେନ୍ସରେ ଭରପୁର କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ “ଶାନ୍ତି ଆପାର୍ଟମେଣ୍ଟ” ।

ଫେବୃଆରୀ ୨ତାରିଖ ରେ ଫିଲ୍ମଟି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମରେ ଆପାର୍ଟମେଣ୍ଟ ଭିତରର ରହସ୍ୟଭରା କାହାଣୀକୁ ଦର୍ଶାଯାଇଛି। ମର୍ଡର ମିଷ୍ଟ୍ରି କୁ ନେଇ ତିଆରି ଏହି ଫିଲ୍ମରେ ଭରି ରହିଛି ଭରପୁର ଡ୍ରାମା ଓ ସସପେନ୍ସ। କିଛି ଭିନ୍ନ ଧରଣର କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ । ବିକ୍ରମ ଶଙ୍କରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ସହିତ କାହାଣୀ ଓ ଚିତ୍ରନାଟ୍ୟର ଭାର ସମ୍ଭାଳିଛନ୍ତି ଅଶ୍ୱିନ ତ୍ରିପାଠୀ ।

ଫିଲ୍ମର ଟ୍ରେଲର ରିଲିଜ୍ ହେବାପରେ ସିନେମାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମରେ ଦ୍ଵିପାନ୍ଵିତଙ୍କ ଦମଦାର ଡାଇଲଗ ଓ ତା ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଶୁଭାଶିଷ ଓ ଅଭିନେତ୍ରୀ ରାଗିଣୀଙ୍କ ଅଭିନୟ ସିନେମାରେ ଆହୁରି ସସପେନ୍ସ ଭରିଦେଇଛି ।

ଫିଲ୍ମର କାହାଣୀଟିକୁ କିଛି ଏହି ଭଳି ଭାବେ ଚିତ୍ରଣ କରାଯାଇଛି ଯାହା ଆପଣଙ୍କ ମନରେ ଅନେକଗୁଡ଼ିଏ ପ୍ରଶ୍ନବାଚୀ ସୃଷ୍ଟି କରିବ ଏବଂ ଯେଉଁ ପ୍ରଶ୍ନ ସବୁର ଉତ୍ତର ଆପଣ କେବଳ ଫିଲ୍ମ ରେ ହିଁ ପାଇପାରିବେ।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନେତା ଦ୍ଵିପାନିତ୍ ଦାସ ମହାପାତ୍ର ଶୁଭାଶିଷ ଶର୍ମା,ରାଗିଣୀ ସୂତ୍ରଧର ଅଭିନୟ କରିଛନ୍ତି । ସହଯୋଗୀ ଭୂମିକାରେ ଆଲିୟା ନନ୍ଦ,ବରଦା ପାତ୍ର, ସନ୍ତୁ ନିଜେ, ପ୍ରସଂଜିତ୍ ମହାପାତ୍ର ଭଳି ଅନେକ କଳାକାର ଅଭିନୟ କରିଛନ୍ତି।

3
0

Leave a Reply

Your email address will not be published. Required fields are marked *