ସ୍ବପ୍ନ ଓ ସିନ୍ଦୂରର ଲଢେ଼ଇ: ତରଙ୍ଗ ଟିଭିର ନୂଆ ମେଗା ଧାରାବାହିକ`ମୋ ସିନ୍ଦୂରର ଅଧିକାର’

ଭୁବନେଶ୍ୱର: ଯାହା ଘୁଙ୍ଗୁରର ଶବ୍ଦରେ ନାଚି ଉଠେ ପୁରା ଅଗଣା। ସେଇ ଘୁଙ୍ଗୁର ହିଁ ସାଜିଛି ତା ବାଟର କଣ୍ଟା ।କାହାଣୀ ହେଉଛି ସୁନା ଝିଅ ବୁଦ୍ଧିର । ଯିଏ ନିଜ ସ୍ବପ୍ନକୁ ନେଇ ବଞ୍ଚିବାକୁ ଚାହୁଁଛି ।କିନ୍ତୁ କାହାଣୀ ଓ ପରିସ୍ଥିତି ନେଇଯାଉଛି ଭିନ୍ନ ଏକ ମୋଡ଼ ।ସଂପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ତରଙ୍ଗ ଟିଭି ଆଣିବାକୁ ଯାଉଛି ନୂଆ ମେଗା ଧାରାବାହିକ ` ମୋ ସିନ୍ଦୂରର ଅଧିକାର ‘ ଯେଉଁଥିରେ ଦର୍ଶକଙ୍କ ପାଇଁ ଭରି ରହିଛି ଭରପୂର ଡ୍ରାମା ଓ ଇମୋଶନ ।

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିନ୍ଦୂରର ଅଧିକାର'ର ଏହା ଦ୍ଵିତୀୟ ଅଧ୍ୟାୟ। ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନେତା ଅମରଜିତ୍ ଓ ନବାଗତା ଅଭିନେତ୍ରୀ ଦିବ୍ୟାଙ୍କ ଯୋଡି ଦେଖିବାକୁ ମିଳିବ । ସିନ୍ଦୂରର ଅଧିକାର ‘ ଧାରାବାହିକକୁ ଲୋକଙ୍କ ବେସ୍ ଭଲ ପାଇବା ମିଳିବା ପରେ ଭିନ୍ନ କାହାଣୀ ସହିତ ଦର୍ଶକଙ୍କ ପାଖରେ ପୁଣିଥରେ ପହଞ୍ଚିବାକୁ ତରଙ୍ଗ ଟିଭିର ପ୍ରୟାସ ରହିଛି । ଫେବୃଆରୀ ୧୨ତାରିଖରୁ ସନ୍ଧ୍ୟା ୮ଟା୩୦ରେ ଏହି ଧାରାବାହିକ ପ୍ରସାରିତ ହେବାକୁ ଯାଉଛି । ଉଭୟ ତରଙ୍ଗ ଓ ତରଙ୍ଗପ୍ଲସ ଆପ୍ ରେ ଏହି ନୂଆ ଧାରାବାହିକକୁ ଉପଭୋଗ କରିପାରିବେ ଦର୍ଶକ ।

0
0

Leave a Reply

Your email address will not be published. Required fields are marked *