“ତ୍ରିକନ୍ୟା: ତିନି ଯୁବତୀଙ୍କ ସଂଘର୍ଷର କାହାଣୀ”

ଭୁବନେଶ୍ଵର: ଜାତୀୟ ପୁରସ୍କାର ପାଇଥିବା ଓଡ଼ିଆ ସିନେମା “ପ୍ରତୀକ୍ଷା”ର ସଫଳତା ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର’ତ୍ରିକନ୍ୟା’ କୁ ନେଇ ପ୍ରସ୍ତୁତ ଅଛନ୍ତି ।ଫିଲ୍ମ ପ୍ରତୀକ୍ଷା ଭଳି କିଛି ଭିନ୍ନ କାହାଣୀକୁ ନେଇ ଆସୁଛନ୍ତି ଅନୁପମ । ତିନିଜଣ ଯୁବତୀ ଙ୍କ ସଂଘର୍ଷ ର କାହାଣୀ କୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ “ତ୍ରିକନ୍ୟା”।

ଫିଲ୍ମର ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ, ଶ୍ରଦ୍ଧା ପାଣିଗ୍ରାହୀ, ନିଭି, ମନୋଜ ମିଶ୍ର , ପାର୍ଥ ସାରଥି ରାୟ, ସୁକାନ୍ତ ରଥ ଙ୍କ ଭଳି ଅନେକ ଅନୁଭବି କଳାକାର ମାନଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ସମସ୍ତ ସୁଟିଙ୍ଗ ଶେଷ ହୋଇଛି। ଫିଲ୍ମର ଅନେକ ଗୀତକୁ ମଧ୍ୟ ରିଲିଜ କରାଯାଇଛି। ସେଥିମଧ୍ୟରୁ ”ମୋ ଛାତିର କୋକେଇରେ ” ଗୀତଟିକୁ ବେସ୍ ପସନ୍ଦ କରୁଛନ୍ତି ସିନେପ୍ରେମୀ ।

ଫିଲ୍ମର କାହାଣୀକୁ ଲେଖିଛନ୍ତି ମାନସ ପଢ଼ିଆରୀ । ପ୍ରତୀକ୍ଷା ଭଳି ଏହି ଫିଲ୍ମର କାହାଣୀରେ ମଧ୍ୟ କିଛି ଭିନ୍ନ ଆଉ ନୁଆପଣ ଦେଖିବାକୁ ପାଇବେ ଦର୍ଶକ ।
ଫିଲ୍ମଟିକୁ ବିନା କିଛି ଅଧିକ ପ୍ରମୋସନରେ ରିଲିଜ୍ କରାଯିବାର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଅନୁପମ। ତେବେ ପ୍ରତୀକ୍ଷା ଭଳି ଏହି ଫିଲ୍ମଟି ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁପାରିବ ବୋଲି ଆଶା କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ । ଫିଲ୍ମଟି ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ମୁକ୍ତିଲାଭ କରିବ।

0
0

Leave a Reply

Your email address will not be published. Required fields are marked *