ସିଷ୍ଟମ ଭିତରେ କେମିତି ଘାଣ୍ଟିହୁଏ ଶିକ୍ଷା-ଶିକ୍ଷକ? ଏଥିରେ ଦେଖିବେ ଦର୍ଶକ

ଭୁବନେଶ୍ଵର: ଓଡ଼ିଆ ଦର୍ଶକ ଦେଖିବେ ଓଡ଼ିଶାର କାହାଣୀ । “ମାଷ୍ଟୁର” ଫିଲ୍ମର ନାଁଟି ଯେତିକି ନିଆରା ତାଠୁ ଆହୁରି ଅଧିକ ନିଆରା ରହିଛି ଏହି ଫିଲ୍ମର କାହାଣୀ । ଶିକ୍ଷା ଓ ଶିକ୍ଷକଙ୍କ ସଂଘର୍ଷ ଭରା କାହାଣୀକୁ ନେଇ ତିଆରି ହୋଇଛି ଏହି ସୁନ୍ଦର ଫିଲ୍ମ “ମାଷ୍ଟୁର”।

ନିକଟରେ ଫିଲ୍ମର ଟିଜରକୁ ରିଲିଜ୍ କରାଯାଇଛି । ଏକ ଆଞ୍ଚଳିକ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଶିକ୍ଷା ଦିଗରେ ଜଣେ ଶିକ୍ଷକଙ୍କ ଯାତ୍ରା ବିଷୟରେ ଫିଲ୍ମର କାହାଣୀ ଗତିଶୀଳ। ସଂପୂର୍ଣ୍ଣ ଭିନ୍ନ ଓ ନୂଆ କାହାଣୀ ସହିତ ଟିଜରରେ ଦେଖିବାକୁ ମିଳିଛି ଜଣେ ଶିକ୍ଷକଙ୍କ କାହାଣୀ । ଜଣେ ଶିକ୍ଷକ.. ଯିଏ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷାକୁ ପିଲାମାନଙ୍କ ନିକଟରେ ପହଞ୍ଚାଇବାକୁ ଅନେକ ବାଧାବିଘ୍ନର ସାମ୍ନା କରୁଛନ୍ତି। ଫିଲ୍ମରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଦର୍ଶାଯାଇଛି। ଟିଜରରେ କିଛି ନୂଆ କାହାଣୀର ଝଲକ ଦେଖି ଟ୍ରେଲର ପାଇଁ ବେସ୍ ଉତ୍ସାହିତ ଅଛନ୍ତି ସିନେପ୍ରେମୀ । ତେବେ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ମନକୁ ଛୁଇଁପାରିବ ବୋଲି ଆଶା କରାଯାଉଛି ।

ଫିଲ୍ମର ମୁଖ୍ୟ ଭୂମିକାରେ ନବାଗତା ଅଭିନେତା ରାଜେଶ ରାଜ,ଗୁଞ୍ଜନଙ୍କ ଅଭିନୟ ଦେଖିବାକୁ ମିଳିବ । ଅନ୍ୟାନ୍ୟ ସହଯୋଗୀ ଭୂମିକାରେ ଟିକି ରଥ, ଅଭିସା ଆକୃତି , ବିଶ୍ଵାବସୁ ରାଜଗୁରୁ, ସୁରଜ୍ , କୁମାର୍ ଓମନ ଭଳି ଅନେକ କଳାକାର ରହିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ୟଶ୍ ବର୍ମାନ ପଣ୍ଡା ଓ ସୁନିଲ୍ କୁମାର ସାହୁ । ପ୍ରଯୋଜକ ରଶ୍ମି ରଞ୍ଜନ ମହାପାତ୍ର ଓ ପ୍ରଜ୍ନା ପରମିତା ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି । ପୁର୍ବରୁ ଏହି ବ୍ୟାନରରେ କଟକ, ଶେଷରାତି , ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଫିଲ୍ମର ସମସ୍ତ ସୁଟିଂ ସରିଥିବା ବେଳେ ୨୦୨୪ ଶେଷ ବେଳକୁ ଫିଲ୍ମଟିକୁ ରିଲିଜ୍ କରାଯିବାକୁ ସ୍ଥିର ହୋଇଛି ।

0
0

Leave a Reply

Your email address will not be published. Required fields are marked *